ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ନିଉ ଇଣ୍ଡିଆ ଆସ୍ୟୁରାନ୍ସର ୩ କୋଟି ଟଙ୍କା ସହାୟତା

ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବିତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ନିଉ ଇଣ୍ଡିଆ ଆସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଂପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅତୁଲ ସହାୟ, ମହାପ୍ରବନ୍ଧକ ଗୌରୀ ରାଜନ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ କଲ୍ୟାଣ କିଶୋର ମଜୁମଦାର, କ୍ଷେତ୍ରୀୟ ପ୍ରବନ୍ଧକ ଏଚ୍ କେ. ଭୋଇ ଏବଂ ପ୍ରବନ୍ଧକ ରଞ୍ଜନ କୁମାର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାନରାଶି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ୨୦୦୧ ଗୁଜରାଟ ଭୂକମ୍ପ, ୨୦୦୫ ମୁମ୍ବାଇ, ୨୦୧୭ ଚେନ୍ନାଇ, ୨୦୧୮ କେରଳ ବନ୍ୟା ସମୟରେ ମଧ୍ୟ କଂପାନି ସହଯୋଗର ହାତ ବଢ଼ାଇଥିଲା। ୧୦୧ତମ ବର୍ଷରେ ପଦାର୍ପଣ କରିଥିବା ନିଉ ଇଣ୍ଡିଆ ଆସ୍ୟୁରାନ୍ସ ୨୩୦ରୁ ଅଧିକ ଉତ୍ପାଦକୁ ଏହାର ୨୪୦୦ରୁ ଅଧିକ କାର୍ଯ୍ୟାଳୟ ଜରିଆରେ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛି।

ସମ୍ବନ୍ଧିତ ଖବର