ମୋଟରସାଇକେଲ ମୂଲ୍ୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ :  ପାର୍ବଣ ଋତୁରେ ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବାଇକ ଦର ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଓ)ର ନୂଆ ସର୍କୁଲାର ଅନୁସାରେ ଏହା ସମ୍ଭବ ହୋଇପାରିଛି ।

ଆଇଆରଡିଏ ଦ୍ୱାରା ଅକ୍ଟୋବର ୯ ରେ ଜାରି ହୋଇଥିବା ଅଧିନିୟମ ଅନୁସାରେ ମୋଟର ସାଇକେଲ ମୂଲ୍ୟ ହ୍ରାସ ପାଇଛି। ଏହା ଅନୁସାରେ ଏଣିକି ଗ୍ରାହକ ବାଧ୍ୟତାମୂଳକଭାବେ ୧ ବର୍ଷର ପର୍ସନାଲ ଦୁର୍ଘଟଣା(ସିପିଏ) କଭର ପଲିସି କରିବେ । ପୂର୍ବରୁ ଏହା ୫ ବର୍ଷ ପାଇଁ ଥିଲା। ଏହି ଅଧିନିୟମ ଦ୍ୱାରା ଏଣିକି ମୋଟରସାଇକେଲ ମୂଲ୍ୟ ୨୫୦୦ ଟଙ୍କା ହ୍ରାସ ପାଇବ।

ପୂର୍ବରୁ ପ୍ରଚଳିତ ୫ ବର୍ଷିଆ ନିୟମକୁ ଦେଖି କରି ବୀମା କମ୍ପାନିମାନେ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଲାଗି ବିଭିନ୍ନ ପ୍ରଡକ୍ଟ ପ୍ରସ୍ତୁତ କରୁଥିଲେ । ଏହା ସହିତ ଥାର୍ଡପାର୍ଟି ଇନସ୍ୟୁରାନ୍ସ ମଧ୍ୟ ମିଶିକରି ଥିଲା । କିନ୍ତୁ ଆଇଆରଡିଏର ଏହି ନୂଆ ସର୍କୁଲାର ଆସିବା ପରେ ଏଣିକି ସାଧାରଣ ବୀମା କମ୍ପାନିମାନେ ବର୍ଷିକିଆ ବୀମା ପ୍ଲାନ ଉପଲବ୍ଧ କରାଇବେ ।

ସମ୍ବନ୍ଧିତ ଖବର