ନୂଆ ୨୦୧୮ ଜିପ୍‌ ରାଙ୍ଗଲର୍‌ ଉନ୍ମୋଚିତ

ଲସ୍‌ ଆଞ୍ଜେଲସ୍‌: ବିଶ୍ୱର ଲୋକପ୍ରିୟ ଏସ୍‌ୟୁଭି ୨୦୧୮ ଜିପ୍‌ ରାଙ୍ଗଲର୍‌କୁ ଫିଏଟ୍‌ କ୍ରିସ୍‌ଲର୍‌ ଅଟୋମୋବାଇଲସ୍‌ ପକ୍ଷରୁ ଉନ୍ମୋଚନ କରାଯାଇଛି। ଜିପ୍‌ ବ୍ରାଣ୍ଡ୍‌ର ମୁଖ୍ୟ ମାଇକ୍‌ ମାନ୍‌ଲି କହିଛନ୍ତି ଯେ, ଦକ୍ଷତା ଏବଂ ଖୋଲା ପବନ ସ୍ୱାଧୀନତା ପାଇଁ ଜିପ୍‌ ବ୍ରାଣ୍ଡ୍‌ ପରିଚିତ। ନୂଆ ୨୦୧୮ ଜିପ୍‌ ରାଙ୍ଗଲର୍‌ ଏହି ପରମ୍ପରାକୁ ଆଗକୁ ବଢ଼ାଇବ। ଦୁଇ ଏବଂ ଚାରି ଡୋର୍‌ ବିଶିଷ୍ଟ ମଡେଲ୍‌ରେ ଏହା ଉପଲବ୍ଧ ହେବ। ଆମେରିକାର ଓହାୟୋଠାରେ ଏହି ଏସ୍‌ୟୁଭିକୁ ନିର୍ମାଣ କରାଯାଉଛି। ଜାନୁଆରି ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହାର ଇଞ୍ଜିନ ଶକ୍ତିଶାଳୀ ଏବଂ ଏଥିରେ ୬ ସ୍ପିଡ୍‌ ଟ୍ରାନ୍‌ସମିସନ୍‌ ବ୍ୟବହାର କରାଯାଇଛି।

ସମ୍ବନ୍ଧିତ ଖବର