ଭାଲେଣ୍ଟାଇନ୍ସ ଡେ’ ପାଇଁ କ୍ୟାରେଟ‌୍‌ଲେନ୍‌ରେ ୩ଟି ନୂଆ କଲେକ୍ସନ

ଭୁବନେଶ୍ବର: ଭାଲେଣ୍ଟାଇନ୍ସ ଡେ’କୁ ସ୍ବତନ୍ତ୍ର କରିବା ଲକ୍ଷ୍ୟରେ ହୀରା ଗହଣା ଷ୍ଟୋର କ୍ୟାରେଟଲେନ୍‌ ପକ୍ଷରୁ ଫିଲ୍‌ଲଭଡ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ତନିସ୍କର ଏହି ସହଯୋଗୀ ଷ୍ଟୋରରେ ୩ଟି ଆକର୍ଷଣୀୟ ନୂଆ କଲେକ୍ସନ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ହେଲା ମି ଆଣ୍ଡ ୟୁ, ମଣ୍ଡଳ ଏବଂ ରୟାଲ ରୋମାନ୍ସ। ସମସ୍ତଙ୍କ ଷ୍ଟାଇଲକୁ ପସନ୍ଦ ହେଲା ଭଳି ଏସବୁ ଗହଣା ଡିଜାଇନ ପ୍ରସ୍ତୁତ ହୋଇଛି। କ୍ୟାରେଟଲେନ ୩୦୦୦ରୁ ଊର୍ଧ୍ବ ଡିଜାଇନର ହୀରା ଗହଣା ମୂଲ୍ୟରେ ୨୦ ପ୍ରତିଶତ ଫ୍ଲାଟ୍ ରିହାତି ଦେଉଛି। ୬୦ ହଜାର ଟଙ୍କାରୁ ଉର୍ଧ୍ବ ସମସ୍ତ ସଲିଟେୟାର ମୁଦିରେ ଅତିରିକ୍ତ ୫ ପ୍ରତିଶତ ରିହାତି ଉପଲବ୍ଧ ହେଉଛି ବୋଲି ସୋ’ରୁମ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର