ନୂଆ ରେସ୍ତୋରାଁ ‘ଜୁଗାଡ଼ ଜଙ୍କସନ୍‌’

ଭୁବନେଶ୍ୱର,: ଭୁବନେଶ୍ୱରର କଟକ ରୋଡ୍‌ ଏବଂ କିଟ୍‌ କଲେଜ୍‌ ରୋଡ୍‌ରେ ଖୋଲିଛି ‘ଜୁଗାଡ ଜଙ୍କସନ୍‌’ ନାମରେ ନୂଆ ଶାକାହାରୀ ରେସ୍ତୋରାଁ। ଏଠାରେ ସୁସ୍ୱାଦୁ ଚାର୍ଟଠାରୁ ଆରମ୍ଭ କରି ପରଠା, ପାଓଭାଜି, ଲସି, ବିଭିନ୍ନ ପ୍ରକାର ଆଇସକ୍ରିମ୍‌ ଆଦି ମିଳୁଛି। ଏଠାରେ ଖାଦ୍ୟ ଗୁଡ଼ିକୁ ଘରୋଇ ଭାବେ ପ୍ରସ୍ତୁତ କରାଯାଇଥାଏ। ଯାହାଫଳରେ ଗ୍ରାହକଙ୍କୁ ଏଠାରେ ଘରେ ଖାଇବାର ଅନୁଭୂତି ମିଳିଥାଏ। ଏହାବ୍ୟତୀତ ଏଠାରେ ସମସ୍ତ ଆସବାବପତ୍ର, ଲାଇଟ୍‌, କାନ୍ଥ ଏବଂ ବାହ୍ୟ ପରିବେଶ ଆଦି ବର୍ଜ୍ୟ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଛି। ଫଳରେ ଗ୍ରାହକମାନେ ଏକ ନିଆରା ପରିବେଶର ଅନୁଭୂତି ପାଇଥାନ୍ତି। ରେସ୍ତୋରାଁରେ ହୋମ୍‌ ଡେଲିଭରି ସର୍ଭିସ ମଧ୍ୟ ଉପଲବ୍ଧ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର