ଓଡ଼ିଶାରେ ନୂଆ ‘କୋମିଓ’ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: କୋମିଓ ପକ୍ଷରୁ ଓଡ଼ିଶା ବଜାରରେ ଏହାର ସ୍ମାର୍ଟଫୋନ୍‌୍‌ଗୁଡ଼ିକର ବିକ୍ରି ଆରମ୍ଭ କରାଯାଇଛି। କଂପାନିର ପାଞ୍ଚଟି ଫୋନ୍‌ ବଜାରରେ ଉପଲବ୍ଧ ହେଉଛି। ସେଗୁଡ଼ିକର ମୂଲ୍ୟ ୫୦୦୦ ଟଙ୍କାରୁ ୧୦ ହଜାର ଟଙ୍କା ମଧ୍ୟରେ ରହିଛି। ଆଜି କଂପାନି ପକ୍ଷରୁ ଏହାର ନୂଆ ଫ୍ଲାଗ୍‌ସିପ୍‌ ଫୋନ୍‌ ‘ଏକ୍ସ୧’କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ହେଉଛି ୯୯୯୯ ଟଙ୍କା। ଏହି ଫୋନ୍‌ରେ ଡୁଆଲ୍‌ କ୍ୟାମେରା, ୩ ଜିବି ରାମ୍‌, ୨୯୦୦ ଏମ୍‌୍‌ଏଏଚ୍‌ ବ୍ୟାଟେରି ଓ ୬ ଇଞ୍ଚ୍‌ ଡିସ୍‌ପ୍ଲେ ରହିଛି।

ଏହି ଅବସରରେ କୋମିଓ ଇଣ୍ଡିଆର ସିଇଓ ସଞ୍ଜୟ ସଞ୍ଜୟ କାଲିରୋନା କହିଛନ୍ତି ଯେ, ଆମେ ଅଫ୍‌ଲାଇନ୍‌ ଷ୍ଟୋର୍‌ ଜରିଆରେ ଆମର ଫୋନ୍‌ଗୁଡ଼ିକୁ ବିକ୍ରି କରିବାକୁ ଚାହୁଁଛୁ। ଆମ ନଜରରେ ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳର ଗ୍ରାହକ ରହିଛନ୍ତି। ଓଡ଼ିଶାରେ ଆମେ ୨୫ ବିତରକ, ୧୦୦୦ ପାଖାପାଖି ରିଟେଲର୍‌ ଓ ୩୦ ସର୍ଭିସ୍‌ ସେଣ୍ଟର୍‌ ଜରିଆରେ ଆମ କାରବାର ଆରମ୍ଭ କରୁଛୁ। ଆସନ୍ତା ମାସଠାରୁ ଆମେ ସର୍ବଭାରତୀୟ ସ୍ତରରେ ମାସକୁ ୩୦ ଲକ୍ଷ ଫୋନ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ। ଚଳିତ ବର୍ଷ କଂପାନି ଆଉ ୬ଟି ନୂଆ ମଡେଲ୍‌ର ଫୋନ୍‌ ବଜାରକୁ ଆଣିବ ବୋଲି ସେ କହିଛନ୍ତି। ନିବେଶ ଯୋଜନା ବିଷୟରେ ଶ୍ରୀ କାଲିରୋନା କହିଛନ୍ତି ଯେ ଆମେ ୧୦୦ କୋଟି ଟଙ୍କା ନିବେଶ କରିସାରିଛୁ। ଚଳିତ ବର୍ଷ ୨୫୦ କୋଟି ଟଙ୍କା ନିବେଶ କରିବୁ। ସେଥି ମଧ୍ୟରୁ ୧୫୦ କୋଟି ଟଙ୍କା ଏକ କାରଖାନା ସ୍ଥାପନ କରିବା ଦିଗରେ ଖର୍ଚ କରାଯିବ। ଉତ୍ତର ଭାରତରେ ସେହି କାରଖାନା ସ୍ଥାପନ କରିବାକୁ କଂପାନି ଯୋଜନା ରଖିଛି।

ସମ୍ବନ୍ଧିତ ଖବର