ଭାରତରେ ଲେକ୍ସସର ନୂଆ ଏସ୍‌ୟୁଭି ଏଲ୍‌ଏକ୍ସ ୫୭୦

ଭୁବନେଶ୍ୱର: ଲକଜୁରୀ କାର କମ୍ପାନି ଲେକ୍ସସ ପକ୍ଷରୁ ଏହାର ଏଲ୍‌ଏକ୍ସ ୫୭୦ ଭାରତରେ ଶୁଭାରମ୍ଭ କରାଯାଇଛି। ଏହି ଶ୍ରେଣୀରେ ଆଧୁନିକ ସଂଯୋଗ ସୁରୂପ ଏଲ୍‌ଏକ୍ସ ୫୭୦ରେ ୫.୭ଲିଟର ଭି୮ ଇିନ୍‌ ସଂଶ୍ଳିଷ୍ଟ ରହିଛି । ଏଲଏକ୍ସ ୫୭୦ର ବୁକିଙ୍ଗ ୨୩୨୯୪,୦୦୦ଟଙ୍କାରେ ଏକ୍ସ-ସୋରୁମ ଠାରେ ଆରମ୍ଭ ହୋଇଛି । ଏଲ୍‌ଏକ୍ସ ୫୭୦ ଏକ ଉପଯୁକ୍ତ ଏସ୍‌ୟୁଭି ସହ ଏହାର ଶକ୍ତିଶାଳୀ ଫ୍ରେମ୍‌ ଏନ୍‌ସୁଇଟିଭ୍‌ ମଲ୍ଟିଟରେନ୍‌ ସିଷ୍ଟମ୍‌ ପର୍ଯ୍ୟନ୍ତ ଆକର୍ଷଣୀୟ ଅଫ୍‌-ରୋଡ୍‌ ଜ୍ଞାନକୌଶଳଯୁକ୍ତ ବୈଶିଷ୍ଟ୍ୟ ସହିତ ଏହା ଉନ୍ନତମାନର କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି। କ୍ଲାଇମେଟ୍‌ କଣ୍ଟ୍ରୋଲ୍‌ ଓ ସୁପେରିୟର୍‌ ଏଣ୍ଟରଟେନ୍‌ମେଣ୍ଟ ସିଷ୍ଟମ ପରି ଲେକ୍ସସ ସିଗ୍ନେଚର୍‌ ବୈଶିଷ୍ଟ୍ୟ ଲେକ୍ସସ୍‌ ଏଲ୍‌ଏକ୍ସ ୫୭୦ ଚାଳନା ଅନୁଭୂତିକୁ ଆହୁରି ତ୍ୱରାନ୍ଵିତ କରୁଛି। ୨୦୧୮ ଏଲ୍‌ଏକ୍ସ ୫୭୦ ତୃତୀୟ ଧାଡ଼ି ସିଟିଂ ପ୍ରଦାନ କରୁଛି, ଯାହାଦ୍ୱାରା ଆବଶ୍ୟକସ୍ଥଳେ କାର୍ଗୋ ସ୍ପେସ୍‌ ସହଜରେ ପ୍ରଦାନ କରାଯିବାର ସୁବିଧା ରହିଛି। ଲେକ୍ସସ୍‌ ଇଣ୍ଡିଆର ଚେୟାରମ୍ୟାନ୍‌, ଏନ୍‌ ରାଜା କହିଛନ୍ତି ଯେ, ୨୦୧୮ ଏଲ୍‌ଏକ୍ସର କାର୍ଯ୍ୟଦକ୍ଷତା ଓ ସର୍ବଶ୍ରେଷ୍ଠତା ଏହି ଏସ୍‌ୟୁଭିରେ ପୂର୍ବରୁ କେବେ ଦେଖି ନଥିବା ସବୁଠାରୁ ଶ୍ରେଷ୍ଠ ଲେକ୍ସସ୍‌ ଇିନିୟରିଂ ଓ ଡିଜାଇନ ପ୍ରଦାନ କରିଥାଏ ଯାହାକି ଭାରତୀୟ ରାସ୍ତାରେ ଏକ ଅନନ୍ୟ ଅନୁଭୁତି ପ୍ରଦାନ କରୁଛି । ଭାରତରେ ଲେକ୍ସସ ଏଲ୍‌ଏକ୍ସ ୫୭୦ର ଆଗମନ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଗାଡ଼ି ପ୍ରଦାନ କରୁଛି, ଯାହା ସେମାନଙ୍କୁ ରାସ୍ତାରେ ଏକ ପ୍ରଭାବଶାଳୀ ଉପସ୍ଥିତି ଓ ଅତୁଳନୀୟ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବ।

ସମ୍ବନ୍ଧିତ ଖବର