ପାତ୍ରପଡ଼ାରେ ଖୋଲିଲା ନୂଆ ମଲ୍‌

ଭୁବନେଶ୍ବର: ପାତ୍ରପଡ଼ାରେ ଡିଏନ୍‌ ରେଗାଲିଆ ନାମରେ ଏକ ନୂଆ ମଲ୍ ଖୋଲିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଛଅ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଏହି ମଲ୍‌ରେ ସପିଙ୍ଗ୍‌ କମ୍ପ୍ଲେକ୍ସ, ମଲ୍‌ଟିପ୍ଲେକ୍ସ, ହୋଟେଲ୍ ଓ ଫୁଡ୍‌ ହବ୍ ରହିଛି। ଏକ ୮୦୦ ସିଟ୍ ବିଶିଷ୍ଟ ମଲ୍ଟିପ୍ଲେକ୍ସ ସ୍ଥାପନ କରିବା ପାଇଁ ଆଇନକ୍ସ ଓ ଡିଏନ୍‌ ରେଗାଲିଆ ମଧ୍ୟରେ ବୁଝାମଣା ହୋଇଛି। ଏହା ବ୍ୟତୀତ ସେଠାରେ ମ୍ୟାକ୍ସ, ସ୍ପ୍ଲାସ୍‌, ଜୁଡିଓ, ଇଜି ବାଏ ଓ ବିଗ୍ ବଜାର ଭଳି ଷ୍ଟୋର୍‌ ମଧ୍ୟ ରହିଛି। ଖାଦ୍ୟପ୍ରେମୀଙ୍କ ପାଇଁ ଡିଏନ୍‌ ରେଗାଲିଆରେ ରହିଛି ବର୍ଗର୍‌ କିଙ୍ଗ୍‌, ପିଜା ହଟ୍, ସବ୍‌ୱେ, ଏସିଆ ୭, ଷ୍ଟ୍ରିଟ୍ ଫୁଡସ୍‌ ବାଏ ପଞ୍ଜାବ ଗ୍ରିଲ୍‌ ଓ ୱାଓ ମୋମୋ। ମଲ୍‌ରେ ତାଜ୍ ଭିଭାନ୍ତ ହୋଟେଲ୍ ମଧ୍ୟ ଖୋଲିବ। ଏହି ଅବସରରେ ଡିଏନ୍ ହୋମ୍‌ସର ପରିଚାଳନା ନିର୍ଦେଶକ ଜଗଦୀଶ ପ୍ରସାଦ ନାଏକ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ, ଏହି ମଲ୍‌ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଜଟଣୀ ଓ କଟକର ଲୋକମାନଙ୍କ ଆବଶ୍ୟକତା ପୂରଣ କରିବ। ଏହି ପ୍ରକଳ୍ପରେ ୨୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ‌ହୋଇଛି। ବିୟଣ୍ଡ୍‌ ସ୍କୋୟାରଫିଟ୍‌ ମଲ୍ ମ୍ୟାନେଜମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍ ହାତରେ ମଲ୍‌ର ପରିଚାଳନା ଦାୟିତ୍ବ ରହିଛି।

ସମ୍ବନ୍ଧିତ ଖବର