ସାବଧାନ : ଫେସବୁକ୍‌ ମେସେଞ୍ଜର ମାଧ୍ୟମରେ ବ୍ୟାପୁଛି ନୂଆ ଭାଇରସ୍‌ !

ନୂଆଦିଲ୍ଲୀ: ବିଶ୍ୱରେ ସୂଚନାପ୍ରଯୁକ୍ତିର ବ୍ୟାପକ ପ୍ରସାର ହେବା ସହ ସାଇବର ଆକ୍ରମଣର ଆଶଙ୍କା ଦିନକୁ ଦିନ ବଢିଚାଲିଛି । ପ୍ରତିବର୍ଷ ନୂଆ ନୂଆ ପ୍ରକାରର ଭାଇରସ୍‌ ବା ମାଲଓ୍ଵାର୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାକୁ ଆରମ୍ଭ କରିଛି । ତାହାର ନାମ ହେଉଛି ଡିଗ୍‌ମାଇନ । ତେବେ ଚିନ୍ତାର ବିଷୟ ହେଉଛି ଏହା ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ଫେସବୁକ୍‌ ମାଧ୍ୟମରେ ବ୍ୟାପୁଛି ।

ମିିଳିଥିବା ସୂଚନା ଅନୁସାରେ ଏହା ଫେସବୁକ ମେସେଞ୍ଜର ମାଧ୍ୟମରେ ବ୍ୟାପୁଛି । ଏହା ଗୁପ୍ତରେ କ୍ରିପ୍ଟୋକରେନ୍ସି ସଂଗ୍ରହ କରୁଥିବା ଏକ କୋଡ୍‌ ଛାଡ଼ିଥାଏ । ପ୍ରଥମେ ଆପଣଙ୍କ ପାଖକୁ ଏକ ଫେସବୁକ ମେସେଜ୍‌ ଆସିବ ତାହା ମୁଖ୍ୟତଃ ଏକ ଭିଡିଓ ଫାଇଲ ଥିବ । ଯେପରିକି “video_xxxx.zip” ଓ ଏହାକୁ ଖୋଲିଲେ ତାହା ଏକ ଇନଫେକ୍ଟେଡ୍‌ କ୍ରୋମ୍‌ ଏକ୍ସଟେନସନ ଓ ଏକ ମନେରୋ ମାଇନର ( ବିଟ୍‌ କଏନ ଭଳି ଏକ କ୍ରିପ୍ଟୋକରେନ୍ସି) ଛାଡିବ । ଏହା ମୁଖ୍ୟତଃ ପିସିରେ ବ୍ୟବହାର ହେଉଥିବା ଫେସବୁକ ମେସେଞ୍ଜରକୁ ଇନଫେକ୍ଟ କରିଥାଏ । ଏହା କ୍ରମଶଃ ଉକ୍ତ ଫେସବୁକ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ଅନ୍ୟ ମାନଙ୍କୁ ପ୍ରାଇଭେଟ୍‌ ମେସେଜ ପଠାଏ ଓ ତା ମାଧ୍ୟମରେ ଇନଫେକ୍ଟ କରେ । ଏହା ଦୀର୍ଘ ସମୟ ଧରି ଗୁପ୍ତ ଭାବରେ କମ୍ପ୍ୟୁଟରରେ ରହେ । ଏହାକୁ ପ୍ରଥମେ ଦକ୍ଷିଣ କୋରିଆରେ ଠାବ କରାଯାଇଥିଲା, କିନ୍ତୁ ଧୀରେ ଧୀରେ ଏହା ଅନ୍ୟ ଦେଶ ଯଥା ଥାଇଲାଣ୍ଡ, ଫିଲିପାଇନ୍ସ, ଅଜରବୈଜାନ, ଭିଏତନାମ, ଭେନିଜୁଏଲାକୁ ବ୍ୟାପୀ ସାରିଲାଣି । ଏହା ଦ୍ରୁତ ଗତିରେ ଅନ୍ୟ ଦେଶଗୁଡ଼ିକୁ ବ୍ୟାପୁଥିବା ଦକ୍ଷିଣ କୋରିଆର ସାଇବର ସିକ୍ୟୁରିଟି ସଂସ୍ଥା ଟ୍ରେଣ୍ଡ୍‌ ମାଇକ୍ରୋ କହିଛି ।

ତେବେ ଇତି ମଧ୍ୟରେ ଏହି ମାଲଓ୍ଵାରର ମୁକାବିଲା ଲାଗି ଫେସବୁକ କେତେକ ପଦକ୍ଷେପ ଗ୍ରହଣ କରିଛି । ଏହି ଭାଇରସରେ ସଂକ୍ରମିତ ଫେସବୁକ ଆକାଉଣ୍ଟ ଗୁଡ଼ିକୁ ମାଗଣାରେ ଆଣ୍ଟି ଭାଇରସ ସ୍କାନ ସୁବିଧା ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର