ବଜାରକୁ ଆସିଲା ସାମସଙ୍ଗର ନୂଆ ମାଇକ୍ରୋୱେଭ

ନୂଆଦିଲ୍ଲୀ : ଦେଶର ଅନ୍ୟତମ ଅଗ୍ରଣୀ ଖାଉଟି ଇଲେକଟ୍ରୋନିକ୍‌ସ ବ୍ରାଣ୍ଡ ସାମସଙ୍ଗ ନୂଆ ମାଇକ୍ରୋୱେଭ ବଜାରକୁ ଛାଡ଼ିଛି ଯାହା ଭାରତୀୟ ରୋଷେଇ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ । ଭାରତୀୟ ରୋଷେଇ ଧାରା ଓ ଜୀବନ ପ୍ରଣାଳୀକୁ ଦୃଷ୍ଟିରେ ରଖି ଏହି ନୂତନ ମାଇକ୍ରୋୱେଭ ନିର୍ମାଣ କରାଯାଇଛି ଯାହା ’ମସଲା, ତଡ଼କା ଏଣ୍ଡ ସନଡ଼୍ରାଏ’ ଭାବେ ନାମକରଣ କରାଯାଇଛି । ସମସଙ୍ଗ ମେକ୍‌ ଫର ଇଣ୍ଡିଆରେ ପ୍ରସ୍ତୁତ କରାଯାଇଥିବା ଏହି ସାମଗ୍ରୀ ଭାରତୀୟ ଗୃହିଣୀ ଏବଂ ବୃତ୍ତିଜୀବୀଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ । ଏଥିରେ ମସଲା ପ୍ରସ୍ତୁତ କରାଯାଇପାରିବ ଯାହା ଭାରତୀୟ ପାରମ୍ପରିକ ମସଲାର ସ୍ୱାଦ ସହ ସମାନ ରହିବ । ଏଥିରେ ତଡ଼କା ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ସେହିପରି ଖରାରେ ଯେଉଁ ସାମଗ୍ରୀ ଆପଣ ଶୁଖାଇ ରଖୁଛନ୍ତି ସେଗୁଡ଼ିକ ଏଥିରେ ମଧ୍ୟ ଶୁଖାଇପାରିବେ । ଏଥିରେ ସୂର୍ଯ୍ୟତାପଠାରୁ ଅଧିକ ତ୍ୱରିତ ଭାବେ ଶୁଖା ଯାଇପାରିବ । ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାମସଙ୍ଗ ସର୍ବଦା ସାମଗ୍ରୀ ପ୍ରସ୍ତୁତ କରୁଛି । ଇତିମଧ୍ୟରେ ଜନସାଧାରଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଘଟିଛି । ତେଣୁ ପାରମ୍ପରିକ ରୋଷେଇର ବିକଳ୍ପ ଭାବେ ସାମସଙ୍ଗ ଏହି ମାଇକ୍ରୋୱେଭ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ସାମସଙ୍ଗ ଇଣ୍ଡିଆ ଖାଉଟି ଇଲେକଟ୍ରୋନିକ୍‌ସ ବ୍ୟବସାୟ ବରିଷ୍ଠ ଉପସଭାପତି ରାଜୀବ ଭୂତାନି । ବିଭିନ୍ନ ଖାଦ୍ୟ ଯଥା ତଡ଼କା, ମସଲା ଓ ଶୁଖାଇବା ପାଇଁ ବିଭିନ୍ନ ମୋଡ଼ରେ ଖାଉଟି ବଟନ୍‌ ଚିପି ସାମଗ୍ରୀ ପ୍ରସ୍ତୁତ କରିପାରିବେ । ଏହି ମାଇକ୍ରୋୱେଭରେ ରାନ୍ଧଣା ଶୀଘ୍ର ହୁଏ ଓ କମ୍‌ ତେଲ ଖର୍ଚ୍ଚ ହୋଇଥାଏ । ୪ କିସମରେ ଉପଲବ୍‌ଧ ଏହି ମାଇକ୍ରୋୱେଭର ମୂଲ୍ୟ ୧୯୯୯୦ ଟଙ୍କାରୁ ୨୪,୪୯୦ ଟଙ୍କା ମଧ୍ୟରେ ରହିିଛି ।

ସମ୍ବନ୍ଧିତ ଖବର