ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତ୍ରରେ ହଠାତ୍‌ ‘ଏନ୍‌ଡିଟିଭି’ର ନୂଆ ବୋର୍ଡ ‘ନୂଆ ଦିଲ୍ଲୀ ଟେଲିଭିଜନ୍‌ ଲିମିଟେଡ୍‌’ (ଏନ୍‌ଡିଟିଭି)ର ପ୍ରସାରକ ‘ଆର୍‌ଆର୍‌ପିଆର୍‌ ହୋଲ୍‌ଡିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର (ଆର୍‌ଆର୍‌ପିଆର୍‌) ନିର୍ଦେଶକ ପଦରୁ ପ୍ରଣୟ ରାୟ ଓ ରାଧିକା ରାୟଙ୍କ ଇସ୍ତଫା ମଞ୍ଜୁର କରିଛି।

Advertisment

ଏହାର ଅର୍ଥ ‘ଏନ୍‌ଡିଟିଭି’ର ସାମ୍ପ୍ରତିକ ତଥା ଦୀର୍ଘ ଦିନର ପ୍ରସାରକ ଓ ପରିଚାଳକମାନ‌େ କମ୍ପାନି ଛାଡ଼ିଛନ୍ତି। ଏଭଳି ଭାବେ ଅଦାନୀ ଗ୍ରୁପ୍‌ର ଦାୟିତ୍ବ ଗ୍ରହଣ ପୂର୍ଣ୍ଣ ହୋଇଛି।

ନୂଆ ବୋର୍ଡ ତୁରନ୍ତ ସଞ୍ଜୟ ପୁଗଲିଆ ଏବଂ ସେନ୍ତିଲ୍‌ ଚେଙ୍ଗାଲବରଣ୍ୟଙ୍କୁ ‘ଆର୍‌ଆର୍‌ପିଆର୍‌ଏଚ୍‌’ ବୋର୍ଡର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

publive-image Image Courtesy of IBTimes India

ଉଲ୍ଲେଖଯୋଗ୍ୟ, ‘ଏନ୍‌ଡିଡିଭି’ର ପ୍ରସାରଣକାରୀ ପ୍ରତିଷ୍ଠାନ ‘ଆର୍‌ଆର୍‌ପିଆର୍‌ ହୋଲ୍‌ଡିଙ୍ଗ୍‌’ ସୋମବାର ଦିନ କହିଥିଲା ଯେ, ପ୍ରତିଷ୍ଠାନ ୯୯.୫% ଅଂଶଧନକୁ ନେଇ ସଂଗୃହୀତ ପାଣ୍ଠିକୁ ଅଦାନୀ ଗ୍ରୁପ୍‌ ମାଲିକାନାରେ ଥିବା ‘ବିଶ୍ବପ୍ରଧାନ କମର୍ସିଆଲ୍‌’କୁ (ଭିସିପିଏଲ୍‌) ହସ୍ତାନ୍ତର କରିଛି। ଏଥିସହ ଅଦାନୀ ଗ୍ରୁପ୍‌ ‘ଏନ୍‌ଡିଟିଭି’କୁ ଔପଚାରିକ ଭାବେ ଅଧିଗ୍ରହଣ କରିଛି।

ଏହି ସେୟାର୍‌ ହସ୍ତାନ୍ତରଦ୍ବାରା ‘ଏନ୍‌ଡିଡିଭି’ରେ ଅଦାନୀ ଗ୍ରୁପ୍‌ ୨୯.୧୮% ଅଂଶଧନ ଉପରେ ନିୟନ୍ତ୍ରଣ ରହିବ। ଏହି ଗଣମାଧ୍ୟମ ଆଉ ୨୬% ଅଂଶଧନ ପାଇଁ ଫାର୍ମ ନଭେମ୍ବର ୨୨ରେ ‘ଓପେନ୍‌ ଅଫର୍‌’ ଆରମ୍ଭ କରିଛି। ଏହା ଡିସେମ୍ବର ୫ରେ ବନ୍ଦ ହେବ। ‘ଏକ୍ସଚେଞ୍ଜ୍‌ ଡାଟା’ରୁ ମିଳିଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୫.୩ ନିୟୁତ ସେୟାର୍‌ ପାଇଁ ଟେଣ୍ଡର୍‌ କରିଛନ୍ତି।