ଭି-ମାର୍ଟରେ ନୂଆ ଉତ୍ସବ ଫେସନ ସାମଗ୍ରୀ

ଭୁବନେଶ୍ବର : ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଭି-ମାର୍ଟ ପକ୍ଷରୁ ସ୍ବତନ୍ତ୍ର ଫେସନ ସାମଗ୍ରୀକୁ ଷ୍ଟୋରରେ ଉପଲବ୍ଧ କରାଯାଇଛି। ଗ୍ରାହକମାନଙ୍କୁ ୨୫୦୦ ଟଙ୍କାର କିଣାକିଣି ଉପରେ ୯୯ ଟଙ୍କା ମୂଲ୍ୟରେ ୧୦୦୦ ଟଙ୍କାର ଏକ ବେଡ୍‌ସିଟ୍‌ ପ୍ରଦାନ କରାଯିବ। ସେହିପରି ୬୦୦୦ ଟଙ୍କାର କିଣାକିଣି ଉପରେ ୩୯୯ ଟଙ୍କା ମୂଲ୍ୟର ୬୦୦୦ ଟଙ୍କିଆ ବଡ୍ ଟ୍ରଲି ବ୍ୟାଗ୍ ଗ୍ରାହକଙ୍କୁ ପ୍ରଦାନ କରାଯିବ। ଏଚ୍‌ଡିଏଫ୍‌ସି କାର୍ଡ ଜରିଆରେ କିଣାକିଣି କଲେ ଅତିରିକ୍ତ ୭.୫ ପ୍ରତିଶତ ରିହାତି ମିଳିବ। ୧୫୦୦ ଟଙ୍କାର କିଣାକିଣିରେ ୫୦୦ ଟଙ୍କାର ମାଗଣା ସପିଙ୍ଗ ସୁବିଧା ମିଳିବ।

ଭି-ମାର୍ଟରେ ଫେସନେବଲ୍‌ ସାମଗ୍ରୀଗୁଡ଼ିକ ୯୯ ଟଙ୍କା ଭଳି କମ୍ ଦାମ୍‌ରୁ ଆରମ୍ଭ ହୋଇଛି। ପୁରୁଷମାନଙ୍କ ପୋଷାକ ଦାମ୍ ୯୯ ଟଙ୍କାରୁ ମହିଳାଙ୍କ କୁର୍ତି ଦାମ୍ ୧୯୯ ଟଙ୍କାରୁ, ପୁରୁଷଙ୍କ କାଜୁଆଲ ସାର୍ଟ ୨୯୯ ଟଙ୍କାରୁ, ଜିନ୍ସ ଦାମ୍ ୩୯୯ ଟଙ୍କାରୁ, ଫୁଲ୍‌ ସ୍ଲିଭ୍ ଲେଡିଜ୍ ଟପ୍ ଦାମ୍ ୩୭୫ ଟଙ୍କାରୁ, ଲେଡିଜ୍ ଡ୍ରେସ୍‌ ୪୭୫ ଟଙ୍କାରୁ ଓ ଶିଶୁମାନଙ୍କ ପୋ‌ଷାକ ଦାମ୍ ୧୫୦ ଟଙ୍କାରୁ ଆରମ୍ଭ ହୋଇଛି। ଭି-ମାର୍ଟ ରିଟେଲ୍‌ ଲିମିଟେଡ୍‌ର ସିଓଓ ବିନୀତ ଜୈନ କହିଛନ୍ତି ଯେ ଭାରତରେ ଉତ୍ସବ ସମୟରେ ଲୋକମାନେ ନୂଆ ପୋଷାକ ପିନ୍ଧନ୍ତି। ସେଥିପାଇଁ ଆମେ ଆକର୍ଷଣୀୟ ଅଫର ପ୍ରଦାନ କରୁଛୁ ଯଦ୍ବାରା ଲୋକମାନେ ଆହୁରି ହର୍ଷୋଲ୍ଲାସର ସହ ଉତ୍ସବକୁ ପାଳନ କରିପାରିବେ।

ସମ୍ବନ୍ଧିତ ଖବର