ଭୁବନେଶ୍ୱରରେ ନୂଆ ଅଫିସ ଖୋଲିଲା ପିଡବ୍ଲୁସି, ଆସନ୍ତା ୩ ବର୍ଷରେ ୫୦୦ ଲୋକଙ୍କୁ ନିଯୁକ୍ତି ଦେବ

ଭୁବନେଶ୍ୱର: ପିଡବ୍ଲୁସି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହା ନୂତନ କାର୍ଯ୍ୟାଳୟ ଖୋଲାଯାଇଛି । ପିଡବ୍ଲୁସି ଏହି ରାଜ୍ୟ ଓ ଏହାର ଆଖପାଖ ଅଂଚଳର ବିବିଧ ଦକ୍ଷତାର ପ୍ରତିଭାଙ୍କୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ନିଜର ନୂଆ ରଣନୀତି “ଦି ନିଉ ଇକୁଏସନ୍”ର ଅଂଶସ୍ୱରୂପ ଆସନ୍ତା ୫ ବର୍ଷରେ ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଲାଗି କଂପାନିର ପ୍ରତିବଦ୍ଧତା ଅନୁସାରେ ଏହି ସମ୍ପ୍ରସାରଣ କରାଯାଇଛି । ଏହା ସହିତ ଭୁବନେଶ୍ବରରେ ଆସନ୍ତା ୩ ବର୍ଷରେ ୫୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ କମ୍ପାନି ଲକ୍ଷ୍ୟ ରଖିଛି ।

ଭାରତରେ ପିଡବ୍ଲୁସିର ଅଧ୍ୟକ୍ଷ ସଂଜୀବ୍ କ୍ରିଷନ କହିଛନ୍ତି ଯେ, “ଆମର ପ୍ରତିଭାମାନେ କେବଳ ମେଟ୍ରୋ ମଧ୍ୟରେ ସୀମିତ ନାହାନ୍ତି ଓ ଆମେ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦକ୍ଷ ପେସାଦାରଙ୍କ ଦକ୍ଷତାକୁ ବ୍ୟବହାର କରିବାକୁ ଚାହୁଛୁ । ଓଡ଼ିଶାର ସମୃଦ୍ଧ ଶିକ୍ଷା ବ୍ୟବସ୍ଥା ପ୍ରତିବର୍ଷ ବଡ଼ ସଂଖ୍ୟାର ଇଞ୍ଜିନିୟର୍, ଆଇନ୍ ଓ ମ୍ୟାନେଜମେଣ୍ଟ ସ୍ନାତକ ସୃଷ୍ଟି କରୁଛି । ଏହା ସହିତ, ଏହି ରାଜ୍ୟ ହେଉଛି ନିବେଶର ଏକ ଉପଯୁକ୍ତ ସ୍ଥଳ ଏବଂ ଏଠାରେ ଭାରତର ଅଗ୍ରଣୀ ସଂସ୍ଥା ରହିଛନ୍ତି ଯଥା ତାହା କଂଗ୍ଲୋମୋରେଟ୍ ହେଉ, ପ୍ରଯୁକ୍ତିର ଅଗ୍ରଣୀ ସଂସ୍ଥା, ପିଏସୟୁ କିମ୍ବା ଭାରତରୁ ସୃଷ୍ଟି ହୋଇଥିବା କଂପାନି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆମର କ୍ଲାଏଂଟ୍ ଯାହାଙ୍କୁ ସ୍ଥାନୀୟ ଭାବେ ସେବା ପ୍ରଦାନ କରାଯାଇପାରିବ ।’’

 

 

 

 

 

ସମ୍ବନ୍ଧିତ ଖବର