ନୂଆ ଅନ୍‌ଲାଇନ୍ ସପିଙ୍ଗ୍‌ ସଂସ୍ଥା ‘ବଜାରଓନେଟ୍‌’

ଭୁବନେଶ୍ବର : ରାଜ୍ୟର ତିନିଟି ଯୁବ ଉଦ୍ୟୋଗୀ ସଞ୍ଜୟ ମହାପାତ୍ର, ପ୍ରଦୀପ କୁମାର ଦାଶ ଓ ସୁଶାନ୍ତ ମହାପାତ୍ର ମିଶି ବଜାରଓନେଟ୍ ନାମକ ଏକ ନୂଆ ଇ-କମର୍ସ ସଂସ୍ଥା‌ ଆରମ୍ଭ କରିଛନ୍ତି। ଆଜି ହୋଟେଲ୍‌ ଶୀତଲରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅଭିନେତା ସମରେଶ ରାଉତରାୟ, ରୋହିତ ଗାନ୍ଧୀ ଓ ଚଳଚ୍ଚିତ୍ର ପ୍ରଯୋଜକ ବିନି ସାମଲ ଅତିଥି ଭା‌ବେ ‌ଯୋଗ ଦେଇ କଂପାନିର ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ସଂସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକରେ ଏହାର ସେବା ପ୍ରଦାନ କରିବ। ଭବିଷ୍ୟତ‌ରେ ଅନ୍ୟ ସହରଗୁଡ଼ିକରେ ଏହାର ସେବା ଉପଲବ୍ଧ ହେବ। ବଜାରଓନେଟ୍‌ର ଗ୍ରାହକମାନେ ସ୍ବତନ୍ତ୍ର ୱେବସାଇଟ୍‌ ଆପ୍ ଜରିଆରେ କିଣାକିଣି ପରିପାରିବେ। ଅନ୍ୟଥା ସିଧାସଳଖ କଲ୍ କରି କିମ୍ବା ହ୍ବାଟସ୍‌ଆପ୍ ଜରିଆରେ ମଧ୍ୟ ବରାଦ ଦେଇପାରିବେ। ଏହାର ଆପ୍ ଏବେ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏହି ଅବସରରେ କଂପାନିର ସିଏମ୍‌ଡି ପ୍ରଦୀପ କୁମାର ଦାଶ ଓ ଏମ୍‌ଡି ସଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆମେ ରାଜ୍ୟରେ ୧୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଏହା ବ୍ୟତୀତ ଚାଷୀ ଓ ନିର୍ମାତାଙ୍କ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଯେଉଁ ଅନ୍ତର ରହିଛି ତାହାକୁ ଦୂର କରିବାକୁ ଚାହୁଛୁ।

ସମ୍ବନ୍ଧିତ ଖବର