ପର୍ଯ୍ୟଟକ ଗାଡ଼ି ଅପରେଟରଙ୍କ ପାଇଁ ନୂଆ ପର୍‌ମିଟ୍‌ ସ୍କିମ୍

ନୂଆଦିଲ୍ଲୀ: ପର୍ଯ୍ୟଟନ ଯାନ ଅପରେଟରଙ୍କ ପାଇଁ ନୂଆ ପର୍‌ମିଟ୍‌ ସ୍କିମ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସେମାନଙ୍କୁ ଅନଲାଇନ୍‌ରେ ସର୍ବ ଭାରତୀୟ ପର୍ଯ୍ୟଟନ ଅନୁମତି/ପର୍‌ମିଟ୍‌ ପାଇଁ ଆବେଦନ କରିବାକୁ ପଡ଼ିବ। ସମସ୍ତ କାଗଜପତ୍ର ଓ ଶୁଳ୍କ ଦାଖଲ କରିବାର ୩୦ ଦିନ ପରେ ଏହି ପର୍‌ମିଟ୍ ଜାରି କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ମାସ ଓ ଏହାପରେ ୩ ମାସର ଗୁଣିତକ ହିସାବରେ ୩ ବର୍ଷ ପର୍ଯ୍ୟନ୍ତ ପର୍‌ମିଟ୍‌ ଜାରି କରାଯିବ। ଏହି ନୂଆ ନିୟମ ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଲାଗୁହେବ। ପୂର୍ବରୁ ପ୍ରଚଳନରେ ଥିବା ଅନ୍ୟ ସମସ୍ତ ପର୍‌ମିଟ୍‌ର ବୈଧତା ବଳବତ୍ତର ରହିବ। ଏହାଦ୍ବାରା ଦେଶରେ ପର୍ଯ୍ୟଟନର ବିକାଶ ହେବ ଓ ରାଜ୍ୟଗୁଡ଼ିକର ରାଜସ୍ବ ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର