ଫୋର୍ଡର ନୂଆ ପେଟ୍ରୋଲ୍‌ ଇଞ୍ଜିନ

ଭୁବନେଶ୍ୱର: ଫୋର୍ଡ ପକ୍ଷରୁ ନୂଆ ପେଟ୍ରୋଲ୍‌ ଇଞ୍ଜିନକୁ ଉନ୍ମୋଚନ କରାଯାଇଛି। ଭାରତ ତଥା ବିଶ୍ୱସ୍ତରୀୟ ଗ୍ରାହକଙ୍କ ପାଇଁ କଂପାନି ଏହାର ନୂତନ ୧.୫ ଲିଟର ଟିଆଇ-ଭିସିଟି ନାମକ ଏକ ୩ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନର ଶୁଭାରମ୍ଭ କରିଛି। ଗୁଜୁରାଟ ସାନନ୍ଦଠାରେ ଥିବା କଂପାନିର କାରଖାନାରେ ଏହାକୁ ଉତ୍ପାଦନ କରାଯାଉଛି। ଏହି କାରଖାନା ଇଞ୍ଜିନ ଉତ୍ପାଦନ ଏବଂ ରପ୍ତାନି ଅଧିକାର ହାସଲ କରିଛି। ଭାରତରେ କାମ କରୁଥିବା କଂପାନିର ଇଞ୍ଜିନିୟରମାନେ ଏହି ଇଞ୍ଜିନ ବିକଶିତ କରିଛନ୍ତି ବୋଲି କଂପାନିର ସଭାପତି ଓ ପରିଚାଳନା ନିର୍ଦେଶକ ଅନୁରାଗ ମେହେରୋତ୍ରା କହିଛନ୍ତି।

ସମ୍ବନ୍ଧିତ ଖବର