ଏୟାର୍‌ଟେଲ୍‌ ଆଣିଲା ୩୦୦ଜିବି ବାଲା ନୂତନ ପ୍ଲାନ୍‌! ବୈଧତା ୩୬୫ ଦିନ!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ପୁଣିଥରେ ଭାରତୀ ଏୟାର୍‌ଟେଲ୍‌ ନିଜର ଅଣ୍ଟାକୁ ସଳଖିଛି।

ଏଥିସହିତ ଏବେ ପର୍ଯ୍ୟନ୍ତ ଗ୍ରାହକଙ୍କୁ ତା’ର ମାସିକିଆ ପ୍ଲାନ୍‌ ସହିତ ୮୪ଜିବିର ଡାଟା ଯୋଗାଇ ଚର୍ଚ୍ଚିତ ହେଉଥିବା ଏୟାର୍‌ଟେଲ୍‌ କିନ୍ତୁ ଏଥର ତାହାର ପ୍ରି-ପ୍ରେଡ଼୍‍ ଉପଭୋକ୍ତାଙ୍କ ଲାଗି ୩୬୦ ଦିନ ପର୍ଯ୍ୟନ୍ତ ବୈଧତା ରହିଥିବା ଏକ ପ୍ଲାନ୍‌କୁ ଲଞ୍ଚ୍‌ କରିବାରେ ସଫଳ ହୋଇଛି। ତେବେ କ’ଣ ରହିଛି ଏହି ପ୍ଲାନ୍‌ର ମୁଖ୍ୟ ଆକର୍ଷଣ ଆସନ୍ତୁ ଜାଣିବା!…

ଆପଣଙ୍କ ସୂଚନା ଲାଗି ଜଣାଉଛୁ ଯେ, ଏୟାର୍‌ଟେଲ୍‌ ଟେଲିକମ୍‌ କଂପାନି ତାହାର ପ୍ରି- ପେଡ୍‌ ଉପଭୋକ୍ତାଙ୍କ ଲାଗି ଏହି ପ୍ଲାନ୍‌କୁ ଲଞ୍ଚ୍‌ କରିଥିବା ବେଳେ,ଏଥିରେ ଉପଭୋକ୍ତାଙ୍କ ଲାଗି ରହିଛି ୩୦୦ଜିବିର ହାଇ ସ୍ପିଡ୍‌ ଡାଟା ସାଂଗକୁ ପ୍ରତ୍ୟେକ ଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ ଏବଂ ସମସ୍ତ ନେଟ୍‌ଓ୍ଵର୍କକୁ ଅସୀମିତ କଲିଙ୍ଗ୍‌ କରିବାର ସୁବିଧା! ଏତଦ୍‌ବ୍ୟତୀତ ଉପଭୋକ୍ତା ଏଥିରେ ମଧ୍ୟ ରୋମିଙ୍ଗ୍‌ ଆଉଟ୍‌ଗୋଇଙ୍ଗ୍‌ କଲିଙ୍ଗ୍‌ର ସୁବିଧାକୁ ପାଇପାରିବେ! ତେବେ ଏହି ପ୍ଲାନ୍‌ର ମୂଲ୍ୟ ୩,୯୯୯ଟଙ୍କା ରହିଥିବାବେଳେ,ଏହାର ସବୁଠୁ ବଡ଼ କଥା ହେଉଛି ଯେ,ଏହାର ଡାଟା ବ୍ୟବହାର କରିବାର କୌଣସି ହିଁ ସୀମା ନାହିଁ।

ତେବେ ୩୦୦ ଜିବିର ଡାଟା ବ୍ୟତୀତ ଏୟାର୍‌ଟେଲ୍‌ ପକ୍ଷରୁ ଏକ ମାସିକିଆ ପ୍ଲାନ୍‌କୁ ମଧ୍ୟ ଲଞ୍ଚ୍‌ କରାଯାଇଛି। ଯେଉଁଥିରେ କି ମାଗଣା ଅସୀମିତ କଲିଙ୍ଗ୍‌ ସାଙ୍ଗକୁ ପ୍ରତ୍ୟେକ ଦିନ ୩.୪ଜିବି ଡାଟାକୁ ବ୍ୟବହାର କରିପାରିବେ ଉପଭୋକ୍ତା। ଯାହାରକି ମୂଲ୍ୟ ୭୯୯ଟଙ୍କା ହୋଇଥିବା ବେଳେ,ଏହାର ବୈଧତା ୨୮ ଦିନ ରହିଛି।

ଏଥିସହ କଂପାନି ପାଖରେ ମଧ୍ୟ ଅନ୍ୟ ଏକ ପ୍ଲାନ୍‌ ରହିଛି। ଯେଉଁଥିରେ କି ଉପଭୋକ୍ତାଙ୍କୁ ପ୍ରତ୍ୟେକ ଦିନ ୨.୫ ଜିବି ଡାଟା ସହିତ ମାଗଣା ଅସୀମିତ କଲିଙ୍ଗ୍‌ର ସୁବିଧା ମିଳିବ। ତେବେ ଏହି ପ୍ଲାନ୍‌ର ମୂଲ୍ୟ ୫୪୯ଟଙ୍କା ହୋଇଥିବାବେଳ,ଏହାର ବୈଧତା ୨୮ ଦିନ ଅଟେ।

ସମ୍ବନ୍ଧିତ ଖବର