ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏବର୍ଷ ବି ଦଶହରାରେ ବିଏସ୍ଏନ୍ଏଲ୍ ନେଇଆସିଛି ଦମଦାର ଅଫର୍। ଅଫର୍ଟିର ନାଁ ‘ବିଜୟ’। ଏହି ଯୋଜନା ମୁତାବକ ଗ୍ରାହକମାନେ ୫୦ ପ୍ରତିଶତ କ୍ୟାସ୍ବ୍ୟାକ୍ ପାଇପାରିବେ। ତେବେ, ଗ୍ରାହକମାନଙ୍କୁ ବିଏସଏନଏଲ୍ ଆପ୍ କିମ୍ବା ୱେବସାଇଟରେ ହିଁ ରିଚାର୍ଜ କରିବାକୁ ପଡିବ।
ସେପ୍ଟେଟର ୨୫ ତାରିଖରୁ ଅକ୍ଟୋବର ୨୫ ମଧ୍ୟରେ ରିଚାର୍ଜ କଲେ ଏହି ସୁବିଧାର ଲାଭ ଉଠାଇ ହେବ।ଏହି କ୍ୟାସବ୍ୟାକ୍ ସୁବିଧା କେବଳ ୪୨, ୪୪, ୬୫, ୬୯, ୮୮ ଏବଂ ୧୨୨ ଟଙ୍କାର ରିଚାର୍ଜ ଉପରେ ଉପଲବ୍ଧ। ତେବେ, ଜଣେ ଗ୍ରାହକ କେତେ ଥର ଏହି ପ୍ୟାକ୍ ରିଚାର୍ଜ କରି ଲାଭ ଉଠାଇପାରିବ ସେନେଇ କମ୍ପାନି ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜିଓକୁ ଟକ୍କର ଦେବାକୁ ନିଜ ଗ୍ରାହକଙ୍କ ପାଇଁ ଦୁଇଟି ମନଲୋଭା ଅଫର୍ ଆଣି ସାରିଥିଲା ବିଏସଏନଏଲ୍। କମ୍ପାନି ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୨୪୯ ଏବଂ ୪୨୯ ଟଙ୍କାର ଅଫର୍ ଜାରି କରିଛି। ୨୪୯ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୧ ଜିବି (୨ଜି /୩ଜି)ଡାଟା ସହ ବିଏସଏନଏଲରୁ ବିଏସଏନଏଲ୍ ମିଳିବ ଅସୀମିତ କଲ୍ ସୁବିଧା। ଯାହାର ବୈଧତା ୨୮ ଦିନ। ଗ୍ରାହକ ଏହି ଅଫରର ଲାଭ କେବଳ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଉଠାଇପାରିବେ।