ଆଇଟି କମ୍ପାନି ଲେନୋଭୋ ଭାରତ ବଜାରରେ ଏକ ନୂଆ ବଜେଟ୍ ଫିଟ୍ନେସ୍ ଟ୍ରାକ୍ର ଉପଲବ୍ଧ କରାଇଛି। କମ୍ପାନି ଏହାର ନାମ ଏଚ୍ଏକ୍ସ୦୬ ଆକ୍ଟିଭ ରଖିଛି। ଏହାର ଓଜନ ୨୦ ଗ୍ରାମ ରହିଥିବାବେଳେ ଲିପୋ ବ୍ୟାଟେରି ଏଥିରେ ଖଞ୍ଜାଯାଇଛି। ଥରେ ଚାର୍ଜ କରିଲେ ୮ ଦିନ ପର୍ଯ୍ୟନ୍ତ ଏହା ଚାଲିଥାଏ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ତେବେ ଏହି ବଜେଟ୍ ଡିଭାଇସ୍ରେ ହାର୍ଟ ରେଟ୍ ମନିଟର ବ୍ୟବସ୍ଥା ନାହିଁ। ଏହାର ମୂଲ୍ୟ ୧୨୯୯ ଟଙ୍କା ରହିଥିବା ବେଳେ ଗ୍ରାହକମାନେ ଏହାକୁ କେବଳ ଫ୍ଲିପ୍କାର୍ଟରେ କିଣିବା ସୁଯୋଗ ପାଇବେ।
ସୁଜୁକି ଆଣିବ ନୂଆ ସ୍କୁଟର
ଜାପାନର ବାଇକ୍ ନିର୍ମାତା ସୁକୁଜି ଚଳିତମାସ ୧୯ରେ ଭାରତ ବଜାରକୁ ବର୍ଜମ୍ୟାନ ଷ୍ଟ୍ରିଟ୍ ନାମରେ ଏକ ନୂଆ ସ୍କୁଟର ଆଣିବ। ଏହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ। ତେବେ ଏବେ ବଜାରରେ ଉପଲବ୍ଧ ହେଉଥିବା ସ୍କୁଟର ସୁଜୁକି ଆକ୍ସେସ ୧୨୫ ଏସ୍ଇ ତୁଳନାରେ ଏହାର ମୂଲ୍ୟ ୫ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ସେ ଦୃଷ୍ଟିରୁ ନୂଆ ବର୍ଜମ୍ୟାନ ଷ୍ଟ୍ରିଟ୍ର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ପାଖାପାଖି ରହିବ ବୋଲି ଆଶା କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ସୁଜୁକି ବର୍ଜମ୍ୟାନ ଷ୍ଟ୍ରିଟ୍ ୧୨୫ସିସିରୁ ଆରମ୍ଭ କରି ୬୦୦ ସିସି ପର୍ଯ୍ୟନ୍ତ ରହିଛି। ଏହି ସ୍କୁଟରରେ ଚଉଡ଼ା ଏବଂ ଆରାମଦାୟକ ସିଟ୍ ରହିଛି। ଏତଦ୍ବ୍ୟତୀତ ଅନ୍ୟାନ୍ୟ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ରହିଛି।