ନୂଆ ଉତ୍ପାଦ: ଆସସ୍‌ ଭିଭୋଓ୍ଵାଚ୍‌ ବିପି

ଆସସ୍‌ ପକ୍ଷରୁ ହାତରେ ପିନ୍ଧିବା ଲାଗି ଏକ ନୂଆ ଡିଭାଇସ୍‌ ଅଣାଯାଇଛି। ଏହାର ନାମ ଭିଭୋଓ୍ଵାଚ୍‌ ବିପି ରଖାଯାଇଛି। ଏହି ମେସିନ୍‌ଟି ମାତ୍ର ୧୫ ସେକେଣ୍ଡରେ ଜଣେ ବ୍ୟକ୍ତିର ରକ୍ତଚାପ ମାପିପାରୁଛି। ଉଭୟ ରକ୍ତଚାପ ମପାଯିବା ସହିତ ନିରୀକ୍ଷଣ ସୁବିଧା ଏଥିରେ ରହିଛି। ଏହି ମେସିନ୍‌ରେ ଇସିଜି (ଇଲେକ୍ଟ୍ରୋକାର୍ଡିଓଗ୍ରାଫି) ଏବଂ ପିପିଜି( ଫଟୋପ୍ଲେଥିସମୋଗ୍ରାଫି) ସେନ୍‌ସର୍‌ ରହିଛି। ଯାହା ଫଳରେ ଖୁବ୍‌ଶୀଘ୍ର ଏଥିରେ ରକ୍ତଚାପ ମାପିବା କ୍ଷମତା ରହିଛି। ଉକ୍ତ ଡିଭାଇସ୍‌ରେ ଆସସ୍‌ର ହେଲ୍‌ଥ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ମଧ୍ୟ ରହିଛି। କମ୍ପାନି ଏହି ନୂଆ ଡିଭାଇସ୍‌ର ମୂଲ୍ୟ ୧୬୯ ଡଲାର ରଖିଛି।

ପିଲାଙ୍କ ରୋବଟ୍‌ ‘ମିକୁ’
ଆଇଆଇଟି ମୁମ୍ବାଇର ୩ ଜଣ ଛାତ୍ରଙ୍କ ଦ୍ୱାରା ସ୍ଥାପିତ ଇମୋଟିକ୍ସ ନାମକ କମ୍ପାନି ପକ୍ଷରୁ ପିଲାଙ୍କ ପାଇଁ ଏକ ସହଚର ରୋବଟ୍‌ ବିକାଶ କରାଯାଇଛି। କମ୍ପାନି ପକ୍ଷରୁ ଏହି ରୋବଟ୍‌ର ନାମ ମିକୁ ରଖାଯାଇଛି। ୫ ବର୍ଷରୁ ଊର୍ଧ୍ୱ ବୟସର ପିଲାଙ୍କୁ ଏହି ରୋବଟ୍‌ଟି କାର୍ଯ୍ୟରେ ବ୍ୟସ୍ତ ରଖିବା ସହିତ ବିଭିନ୍ନ ପ୍ରକାର ଜ୍ଞାନ ଏବଂ ଆମୋଦ ପ୍ରଦାନ କରିବାର ସାମର୍ଥ୍ୟ ରଖିଛି। ପିଲାମାନେ ଏହି ରୋବଟ ମାଧ୍ୟମରେ ଖେଳିବା ସହିତ ସେମାନଙ୍କ ମାନସିକ ଦକ୍ଷତା ମଧ୍ୟ ବୃଦ୍ଧି କରିପାରିବେ। କରେଣ୍ଟ ଆଫେୟାର୍ସଠାରୁ ଆରମ୍ଭ କରି ସମ୍ବାଦ, ଗଣିତ ଆଦି ବିଷୟରେ ଏହି ରୋବଟ୍‌ଟି ଶିକ୍ଷା ଦେଇପାରିବ। ଏଥିସହିତ ଏହି ରୋବଟ୍‌ଟି ଗୀତ ଗାଇବା ସହିତ ନାଚି ମଧ୍ୟ ପାରିବ । ଶୋଇବା ବେଳେ ପିଲାଙ୍କୁ ଗପ ବି କହି ପାରିବ। ଏଥିରେ ରିଚାର୍ଜେବଲ ବ୍ୟାଟେରି ରହିଛି, ଯାହାକି ୩ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ରୋବଟ୍‌ଟିର ମୂଲ୍ୟ ୧୯ ହଜାର ଟଙ୍କା ରହିଛି।

ସମ୍ବନ୍ଧିତ ଖବର