ଟୟୋଟାର ନୂଆ ୟାରିସ୍ରେ ଅନେକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ରହିଛି ସାତଟି ଏୟାରବ୍ୟାଗ୍, ଆଣ୍ଟି ଲକ୍ ବ୍ରେକିଙ୍ଗ୍ ସିଷ୍ଟମ୍, ଯାନ ସ୍ଥିରତା ନିୟନ୍ତ୍ରଣ, ପାହାଡ଼ ସହାୟତା ନିୟନ୍ତ୍ରଣ, ସାମ୍ନା ଓ ପଛରେ ପାର୍କିଂ ସେନ୍ସର୍, ଚାରିଟି ଚକରେ ଡିସ୍କ ବ୍ରେକ୍, ଚକର ପ୍ରେସର୍ ଜାଣିବା ସୁବିଧା ଓ ଶିଶୁ ପାଇଁ ସ୍ୱତନ୍ତ୍ର ସିଟ୍। ଏହା ବ୍ୟତୀତ ଏଥିରେ ପାଓ୍ଵାର ଡ୍ରାଇଭର୍ ସିଟ୍, ରୁଫ୍ ମାଉଣ୍ଟେଡ୍ ଏସି ଭେଣ୍ଟ୍ ଆଦି ସୁବିଧା ରହିଛି। ଏହାର ମୂଲ୍ୟ ୮ ଲକ୍ଷ ୭୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।
ହୋଣ୍ଡାର ନୂଆ ନାଭି
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନାଭିର ୨୦୧୮ ଏଡିସନ୍କୁ ଉନ୍ମୋଚନ କରାଯାଇଛି। ଏହା ଦୁଇଟି ନୂଆ ରଙ୍ଗରେ ମିଳିବ। ଏଥିରେ ଷ୍ଟାଇଲିସ୍ ଫୁଏଲ୍ ଗଜ୍ ଓ ମଫଲର୍ ପ୍ରୋଟେକ୍ଟର ବ୍ୟବହାର କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୪୪,୭୭୫ ଟଙ୍କା ରହିିଛି। ୨୦୧୬ ଅଟୋ ଏକ୍ସପୋରେ ନାଭିକୁ ପ୍ରଥମେ ଉନ୍ମୋଚନ କରାଯାଇଥିଲା। ଏହା ଯୁବପିଢ଼ିଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି।
ପଓ୍ଵାନି ମାର୍କମ୍ର ‘କ୍ଲିନର୍-ଜି’
ପଓ୍ଵାନି ମାର୍କମ୍ ନାମକ ସଂସ୍ଥା ପକ୍ଷରୁ ଓଡ଼ିଶା ବଜାରରେ କ୍ଲିନର୍-ଜି ବ୍ରାଣ୍ଡ୍ର ଫିନାଇଲ୍, ଟଏଲେଟ୍ କ୍ଲିନର୍ ଓ ବାସନ ଧୁଆ ସାବୁନ୍ର ବିକ୍ରି ଆରମ୍ଭ କରାଯାଇଛି। ସେଗୁଡ଼ିକୁ କଂପାନିର ଏମ୍ଡି ଗୌରୀ ପ୍ରସାଦ ସାହୁ ଉନ୍ମୋଚନ କରିଛନ୍ତି। ଆଗାମୀ ଦିନରେ କଂପାନି ହାତ ଧୁଆ ସାବୁନ୍, ଚଟାଣ ସଫା କରିବା ଉତ୍ପାଦ, ଡିଟରଜେଣ୍ଟ୍ ପାଉଡର୍ ଓ ଟଏଲେଟ୍ ସାବୁନ୍ ଆଣିବାକୁ ଯୋଜନା ରଖିଛି। ଏହି କଂପାନି ପ୍ଲାଷ୍ଟିକ ମୁକ୍ତ ପରିବେଶ ମିତବ୍ୟୟୀ ସାମଗ୍ରୀ ଉତ୍ପାଦନ କରୁଛି।
ମ୍ୟାକେନ୍ରୋର ଡିଓଡ୍ରାଣ୍ଟ୍
ମ୍ୟାକେନ୍ରୋ ପକ୍ଷରୁ ମହିଳାମାନଙ୍କ ପାଇଁ ସିକ୍ରେଟ୍ ଟେମ୍ପ୍ଟେସନ୍ ନାମକ ଡିଓଡ୍ରାଣ୍ଟ୍ ବ୍ରାଣ୍ଡ୍କୁ ଓଡ଼ିଶାରେ ଉନ୍ମୋଚନ କରାଯାଇଛି। କଂପାନି ମହିଳାମାନଙ୍କ ପାଇଁ ବିଭିନ୍ନ ସୁଗନ୍ଧର ଡିଓଡ୍ରାଣ୍ଟ୍ ଆଣିଛି। କଂପାନିର ଏମ୍ଡି ନଗେନ୍ଦ୍ର କୁମାର ଦାଗା ନୂଆ ବ୍ରାଣ୍ଡ୍କୁ ଉନ୍ମୋଚନ କରିଛନ୍ତି। ଜୁଲାଇ ୨୧ ଠାରୁ କଂପାନିର ୧୫୦ ଏମ୍ଏଲ୍ ଡିଓଡ୍ରାଣ୍ଟ୍ ଓଡ଼ିଶା ବଜାରରେ ଉପଲବ୍ଧ ହେବ ବୋଲି କଂପାନିର ମୁଖ୍ୟ ବ୍ୟବସାୟ ଅଧିକାରୀ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି।