ଟିଭିଏସ୍ର ନୂଆ ‘ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟି’
ଭୁବନେଶ୍ବର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଓଡ଼ିଶା ବଜାରରେ ଏକ୍ସଏଲ୍ ୧୦୦ ହେଭି ଡ୍ୟୁଟିକୁ ଉନ୍ମୋଚନ କରାଯାଇଛି। ଏହାର ଚାରିଟି ଭାରିଆଣ୍ଟ୍ ରହିଛି ଓ ଏକ୍ସ ସୋ’ରୁମ୍ ମୂଲ୍ୟ ୨୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ ଇଲେକ୍ଟ୍ରିକ୍ ଷ୍ଟାର୍ଟ ସୁବିଧା ରହିଛି। ବିଏସ୍-୪ ନିମୟ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏହି ଗାଡ଼ି ୬ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ। ଏଥିରେ ୯୯.୭ ସିସିର ଇଞ୍ଜିନ ଓ ହେଭି ଡ୍ୟୁଟି ଡ୍ୟୁରା ଗ୍ରିପ୍ ଟାୟାର ମଧ୍ୟ ରହିଛି। ଏହାର ଉନ୍ମୋଚନ ଅବସରରେ କଂପାନିର ଜାତୀୟ ବିକ୍ରି ଅଧିକାରୀ ଅରବିନ୍ଦ କୁମାର ଗୁପ୍ତା ଓ ଏଜିଏମ୍ (ମାର୍କେଟିଂ) ଏନ୍ ଆର୍ ବିଘ୍ନେଶ ଉପସ୍ଥିତ ଥିଲେ।
ପିଆଜିଓ ଏପ୍ର ନୂଆ ସିଏନ୍ଜି ମଡେଲ୍
ଭୁବନେଶ୍ବର: ପିଆଜିଓ ପକ୍ଷରୁ ନୂଆ ଏପ୍ ସିଏନ୍ଜି ୱାଟର୍ କୁଲ୍ଡ ମଡେଲ୍କୁ ଉନ୍ମୋଚନ କରାଯାଇଛି। ଶ୍ରୀ ବିନାୟକ ମୋଟର୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାକୁ କଂପାନିର ଏରିଆ ମ୍ୟାନେଜର ସନ୍ତୋଷ କୁମାର ଦାସ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ବିନାୟକ ମୋଟର୍ସର ଏମ୍ଡି ରାକେଶ ଅଗ୍ରୱାଲ୍, ସିଇଓ ସଞ୍ଜୀବ ଅଗ୍ରୱାଲ୍ ଓ ପାର୍ଟନର୍ ବିନୟ ଗୁପ୍ତା ଉପସ୍ଥିତ ଥିଲେ। ଏହି ନୂଆ ଗାଡ଼ିରେ ୩୯୫ ସିସିର ଇଞ୍ଜିନ ରହିଛି। ଏହା ପରିବେଶ ମିତବ୍ୟୟୀ ହୋଇଥିବା କମ୍ ଶବ୍ଦ ଉତ୍ପନ୍ନ କରିଥାଏ। ଏକାଥରେ ଏଥିରେ ୬ କେଜି ସିଏନ୍ଜି ଭର୍ତି କରି ୨୦୦-୨୪୦ କିମି ପର୍ଯ୍ୟନ୍ତ ଯାତ୍ରା କରିହେବ। ଏହି ଅବସରରେ ଜିଆଜିଓର ୨୫ ଲକ୍ଷ ଗ୍ରାହକ ଲକି ଡ୍ର’ ଉଠାଣ କରାଯାଇଥିଲା। ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।