୨୦୧୮ ସୁଜୁକି ହାୟାବୁସା
ସୁଜୁକି ପକ୍ଷରୁ ଏହାର ଲୋକପ୍ରିୟ ସୁପରବାଇକ୍ ହାୟାବୁସାର ୨୦୧୮ ସଂସ୍କାରଣକୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୩ ଲକ୍ଷ ୮୮ ହଜାର ଟଙ୍କା ରହିଛି। ଦୁଇଟି ନୂଆ ରଙ୍ଗରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଫେବ୍ରୁଆରି ୭ରୁ ଆରମ୍ଭ ହେଉଥିବା ଅଟୋ ଏକ୍ସପୋରେ କଂପାନି ଏହି ବାଇକ୍କୁ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ହାୟାବୁସାର ୨୦୧୮ ସଂସ୍କରଣରେ ରହିଛି ୧୩୪୦ ସିସି ଇଞ୍ଜିନ। ନିରାପତ୍ତା ପାଇଁ ଏଥିରେ ରହିଛି ଡିସ୍କ ବ୍ରେକ୍ ଏବଂ ଡୁଆଲ୍ ଚ୍ୟାନେଲ୍ ଆଣ୍ଟି ଲକ୍ ବ୍ରେକିଙ୍ଗ ସିଷ୍ଟମ୍।
ଆମ୍େଓ୍ଵ ଗ୍ଲିଷ୍ଟର୍ କିଡସ୍ ଟୁଥ୍ପେଷ୍ଟ୍
ଆମ୍େଓ୍ଵ ଇଣ୍ଡିଆ ପକ୍ଷରୁ ଗ୍ଲିଷ୍ଟର୍ କିଡସ୍ ଟୁଥପେଷ୍ଟ୍ ଉନ୍ମୋଚନ କରାଯାଇଛି। ଏହା ଜରିଆରେ କଂପାନି ଭାରତର କିଡସ୍ ଓରାଲ୍ କେୟାର କ୍ଷେତ୍ରରେ ପ୍ରବେଶ କରିଛି। ଏହି ଅବସରରେ କଂପାନିର ମୁଖ୍ୟ ମାର୍କେଟିଂ ଅଧିକାରୀ ସୁନ୍ଦୀପ ଶାହ କହିଛନ୍ତି ଯେ, ଗ୍ଲିଷ୍ଟର୍ କିଡସ୍ ଟୁଥପେଷ୍ଟ୍ ଜରିଆରେ, ଆମେ ଓରାଲ୍ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ପିଲାମାନଙ୍କ ଆଗ୍ରହକୁ ହାସଲ କରିବାକୁ ଚାହୁଁଛୁ। ୧୦୦ ଗ୍ରାମ୍ ଗ୍ଲିଷ୍ଟର୍ କିଡସ୍ ଟୁଥପେଷ୍ଟ୍ର ମୂଲ୍ୟ ୧୯୨ ଟଙ୍କା ରହିଛି।
ହର୍ବାଲାଇଫ୍ର ନୂଆ ସେକ୍ ମିକ୍ସ
ହର୍ବାଲାଇଫ୍ ନ୍ୟୁଟ୍ରିସନ୍ ଇଣ୍ଡିଆ ପକ୍ଷରୁ ଷ୍ଟ୍ରବେରି ସ୍ୱାଦରେ ନୂଆ ଫର୍ମୁଲା ୧ ନ୍ୟୁଟ୍ରିସନାଲ୍ ସେକ୍ ମିକ୍ସ ରେଂଜ୍କୁ ଉନ୍ମୋଚନ କରାଯାଇଛି। ପୂର୍ବରୁ ଏହି ସେକ୍ ଭାନିଲା, ଚକୋଲେଟ୍, କମଳା ଏବଂ ଆମ୍ବ ସ୍ୱାଦରେ ଉପଲବ୍ଧ ହେଉଥିଲା। ନୂଆ ସ୍ୱାଦକୁ ଉନ୍ମୋଚନ କରି ଆମେ ବହୁତ ଉତ୍ସାହିତ ବୋଲି କଂପାନିର ଉପସଭାପତି ଅଜୟ ଖାନ୍ନା କହିଛନ୍ତି। ଫୁର୍ମଲା ୧ ନ୍ୟୁଟ୍ରିସନାଲ୍ ସେକ୍ ମିକ୍ସ ହେଉଛି ଏକ ଉତ୍ପାଦ ଯାହାକୁ ସନ୍ତୁଳିତ ଆହାର ପାଇଁ ତତ୍କାଳ ପ୍ରସ୍ତୁତ କରାଯାଇପାରିବ।