ହୋଣ୍ଡା କାରସ୍ ପକ୍ଷରୁ ଜାଜ୍ର ୨୦୧୮ ମଡେଲ୍କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୭.୩୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ପେଟ୍ରୋଲ୍ରେ ୨ଟି ଓ ଡିଜେଲ୍ରେ ୩ଟି ଭାରିଆଣ୍ଟ୍ରେ ଏହା ଉପଲବ୍ଧ ହେବ। ଏହାର ସ୍ୱୟଂଚାଳିତ ମଡେଲ୍ ମଧ୍ୟ ରହିଛି। ଦୁଇଟି ନୂଆ ରଙ୍ଗରେ ଏହା ଗ୍ରାହକଙ୍କୁ ମିଳିବ। ପୁରୁଣା ଜାଜ୍ ତୁଳନାରେ ଏଥିରେ ଅଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାର ଭିତର ଓ ବାହାର ପାର୍ଶ୍ୱରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ସୁଜୁକିର ପ୍ରିମିୟମ୍ ସ୍କୁଟର୍
ସୁଜୁକିର ଏହାର ନୂଆ ପ୍ରିମିୟମ୍ ସ୍କୁଟର୍ ବୁର୍ଗମ୍ୟାନ୍ ଷ୍ଟ୍ରିଟ୍କୁ ଉନ୍ମୋଚନ କରିଛି। ନୂଆଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୬୮ ହଜାର ଟଙ୍କା। ହୋଣ୍ଡା ଗ୍ରାଜିଆ, ଟିଭିଏସ୍ ଏନ୍ଟର୍କ ଓ ଭେସ୍ପାର ଏଲ୍ଏକ୍ସ ୧୨୫ ସହିତ ଏହା ପ୍ରତିଦ୍ୱନ୍ଦିତା କରିବ। ଏଥିରେ ୧୨୫ ସିସି ଇଞ୍ଜିନ, କମ୍ବାଇନଡ୍ ବ୍ରେକିଙ୍ଗ୍ ସିଷ୍ଟମ୍, ସାମ୍ନା ଡିସ୍କ ବ୍ରେକ୍ ଓ ୟୁଏସ୍ବି ଚାର୍ଜର ସୁବିଧା ରହିଛି।