ବଜାରରେ ନୂଆ ଉତ୍ପାଦ ସାଓମି ରେଡ୍‌ମି ୫

ସାଓମି ପକ୍ଷରୁ ରେଡ୍‌ମି ୫ ନାମକ ଏକ ସ୍ମାର୍ଟଫୋନ୍‌ ବଜାରକୁ ଅଣାଯାଇଛି। ଏହି ଫୋନ୍‌ରେ କମ୍ପାନି ଫୁଲ୍‌ ସ୍କି୍ରନ ଡିସପ୍ଲେ ସୁବିଧା ପ୍ରଦାନ କରିଛି। ୫.୭ ଇଞ୍ଚର ୧୮:୯ ଡିସପ୍ଲେ ସୁବିଧା ବ୍ୟତୀତ ଏହି ନୂଆ ଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୧୪ଏନ୍‌ଏମ୍‌ ୮ କୋର୍‌ ପ୍ରୋସେସର, ପଛ କ୍ୟାମେରା ପାଇଁ ବୃହତ୍‌ ପିକ୍ସେଲ ସେନ୍‌ସର, ଫ୍ରଣ୍ଟ ସେଲ୍‌ଫି ଲାଇଟ୍‌ ଆଦି ବୈଶିଷ୍ଟ୍ୟ ଏଥିରେ ରହିଛି। ନୂଆ ଫୋନ୍‌ରେ ରହିଥିବା ଡିସପ୍ଲେ ବ୍ୟବହାରକାରୀଙ୍କୁ ଫୋନ୍‌ ବ୍ୟବହାରରେ ଉତ୍ତମ ଅନୁଭତି ପ୍ରଦାନ କରିଥାଏ। ଭଲ ପିକ୍ସେଲ ଥିବା ଯୋଗୁଁ ଖରାପ ଆଲୁଅରେ ମଧ୍ୟ ଏହି ଫୋନ୍‌ରେ ଭଲ ଫଟୋ ଉଠିବା ସୁବିଧା ରହିଛି। ଏହି ଫୋନ୍‌ରେ ୩୩୦୦ ମିଲିଆମ୍ପଅର୍‌ର ବ୍ୟାଟେରି ମଧ୍ୟ ରହିଛି। ମିଡଟ୍‌କମ୍‌, ଆମାଜନ୍‌ ଏବଂ ମାଇ ହୋମ୍‌ ଷ୍ଟୋରରେ ଏହି ଫୋନ୍‌ ୨୦ ମାର୍ଚରୁ ମିଳିବା ଆରମ୍ଭ ହୋଇଛି। ଏହି ଫୋନ୍‌ର ବିଭିନ୍ନ ଭାରିଆଣ୍ଟ ମୂଲ୍ୟ ୭୯୯୯ ଟଙ୍କା, ୮୯୯୯ ଟଙ୍କା ଏବଂ ୧୦୯୯୯ ଟଙ୍କା ରହିଛି। ଅଫ୍‌ଲାଇନ୍‌ ଷ୍ଟୋରରେ ମଧ୍ୟ ଏହି ଫୋନ୍‌ ଉପଲବ୍ଧ ଯୋଜନା କମ୍ପାନି କରିଛି। କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ଏହି ଫୋନ୍‌ରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି।

ଟ୍ରାୟମ୍ଫ ଟାଇଗର୍‌ ୮୦୦ ଏକ୍ସସିଏକ୍ସ ଓ ଏକ୍ସଆର୍‌

ଟ୍ରାୟମ୍ଫ ମୋଟରସାଇକଲ ପକ୍ଷରୁ ନୂତନ ଟାଇଗର ୮୦୦ ଏକ୍ସସିଏକ୍ସ ଓ ଏକ୍ସଆର୍‌ ଲାଇନ୍‌ ଅପ୍‌ର ଶୁଭାରମ୍ଭ କରାଯାଇଛି। ବାଇକ୍‌କୁ ଆକର୍ଷଣୀୟ କରିବା ପାଇଁ କମ୍ପାନି ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରିଛି। ଏକ୍ସଆର୍‌ ମୂଲ୍ୟ ଭାରତରେ ୧୧.୭୭ ଲକ୍ଷ ଟଙ୍କା ରହିଥିବାବେଳେ ଏକ୍ସଆର୍‌ଏକ୍ସର ମୂଲ୍ୟ ୧୩.୧୩ ଲକ୍ଷ ଟଙ୍କା ଏବଂ ଏକ୍ସସିଏକ୍ସର ମୂଲ୍ୟ ୧୩.୭୬ ଲକ୍ଷ ଟଙ୍କା ରହିଛି। ନୂଆ ଗାଡ଼ି ଗୁଡ଼ିକରେ ଅନେକ ନୂଆ ପ୍ରଯୁକ୍ତି ରହିଛି। ଏହି ପରିପ୍ରେକ୍ଷୀରେ ଟ୍ରାୟମ୍ଫ ମୋଟରସାଇକଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦେଶକ ବିମଲ ସମ୍ବଲେ କୁହନ୍ତି, ଆମେ ଆମର ଇଞ୍ଜିନିୟରମାନଙ୍କ ସହିତ ଅନ୍‌ ଏବଂ ଅଫ୍‌ ରୋଡରେ ଟାଇଗର୍‌ ୮୦୦ ଲାଇନ୍‌ ଅପ୍‌ର କ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟ କରି ଆସିଛୁ। ଏହି ବାଇକ୍‌ଗୁଡ଼ିକ ଗ୍ରାହକଙ୍କୁ ଉନ୍ନତ ଗାଡ଼ି ଚାଳନାର ଅନୁଭୂତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର