ବଜାରରେ ନୂଆ ଉତ୍ପାଦ

ଓଡ଼ିଶାରେ ହୋଣ୍ଡା କ୍ଲିକ୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇ ଚକିଆ ନିର୍ମାତା ହୋଣ୍ଡା ମୋଟର ସାଇକଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଓଡ଼ିଶା ବଜାରରେ ‘କ୍ଲିକ୍‌’ ସ୍କୁଟରର ବଜାର ପ୍ରବେଶ କରାଯାଇଛି। କମ୍ପାନିର ବରିଷ୍ଠ ଉପସଭାପତି (ବିକ୍ରି ଓ ବିପଣନ) ୟଦ୍‌ବିନ୍ଦର ସିଂହ ଗୁଲେରିଆଙ୍କ ସମେତ ପୂର୍ବ ଭାରତ ବିକ୍ରି ମୁଖ୍ୟ ବିଜୟ ଭଟ୍ଟ, ଜୋନାଲ ମ୍ୟାନେଜର (ଓଡ଼ିଶା) ଅଜିତ୍‌ କୁମାର ପଣ୍ଡା ପ୍ରମୁଖ ଏହାକୁ ଉଦ୍‌ଘାଟନ କରିଛନ୍ତି। ବିଶେଷକରି ଗ୍ରାମୀଣ ବଜାରର ଗ୍ରାହକଙ୍କ ବଜେଟକୁ ଦୃଷ୍ଟିରେ ରଖି ଏହି ୧୧୦ ସିସି ବିଶିଷ୍ଟ ସ୍କୁଟର ଅଣାଯାଇଛି। ଏହାର ଏକ୍ସସୋରୁମ୍‌ ମୂଲ୍ୟ ୪୪ ହଜାର ୮୦୦ ଟଙ୍କା ରହିଛି ବୋଲି ଶ୍ରୀ ଗୁଲେରିଆ ସୂଚନା ଦେଇଥିଲେ। ଗ୍ରାମାଞ୍ଚଳ ଲୋକଙ୍କ ଆବଶ୍ୟକତା ଏବଂ ରାସ୍ତାକୁ ଦୃଷ୍ଟିରେ ରଖି ଏହି ସ୍କୁଟର ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ଖୁବ୍‌ଶୀଘ୍ର ଆଉ ଦୁଇଟି ନୂଆ ମଡେଲ ଗାଡ଼ି କମ୍ପାନି ଆଣିବ। ଏଥିରୁ ଗୋଟିଏ ବାଇକ୍‌ ଏବଂ ଅନ୍ୟଟି ସ୍କୁଟର ରହିବ ବୋଲି ଶ୍ରୀ ଗୁଲେରିଆ କହିଛନ୍ତି। ବିଗତ ୬ ବର୍ଷ ଭିତରେ ଓଡ଼ିଶାରେ ଦୁଇ ଚକିଆ ଯାନ ବିକ୍ରି ଦ୍ୱିଗୁଣିତ କରିବାରେ ହୋଣ୍ଡା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି।

ନେକ୍ସା ରାଜଭବନ ରୋଡ୍‌ରେ ନୂଆ ‘ଏସ୍‌-କ୍ରସ୍‌’


ଭୁବନେଶ୍ୱର: ନେକ୍ସା ରାଜଭବନ ରୋଡ୍‌ଠାରେ ମାରୁତି ସୁଜୁକିର ନୂଆ ଏସ୍‌-କ୍ରସ୍‌କୁ ଉନ୍ମୋଚନ କରାଯାଇଛି। ଏହା ସିଗ୍‌ମା, ଡେଲ୍‌ଟା, ଜେଟା ଏବଂ ଆଲ୍‌ଫା ଭଳି ଚାରିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ (ନୂଆଦିଲ୍ଲୀ) ୮.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ନୂଆ ଏସ୍‌-କ୍ରସ୍‌ ପାଞ୍ଚଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। ନୂଆ ରୂପରେ ଆସିଥିବା ଏସ୍‌-କ୍ରସ୍‌ରେ ସାର୍ପ ଏଲଇଡି ହେଡ୍‌ଲ୍ୟାମ୍ପ୍‌ ରହିଛି। ଏହାର ଇଣ୍ଟେରିଅର୍‌କୁ ପ୍ରିମିୟମ୍‌ ଡିଜାଇନ୍‌ ପ୍ରଦାନ କରାଯାଇଛି। ଏଥିରେ ଆଇଡିଲ୍‌ ଷ୍ଟାର୍ଟ ଷ୍ଟପ୍‌, ପାଓ୍ଵାର ଆସିଷ୍ଟ୍‍ ଏବଂ ବ୍ରେକ୍‌ ଏନର୍ଜି ରିଜେନେରେସନ୍‌ ଭଳି ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର