ସେପ୍ଟେମ୍ବରର ନୂଆ ଉତ୍ପାଦ

ସେପ୍ଟେମ୍ବର ମାସରେ ଭାରତୀୟ ଗ୍ରାହକ ଅନେକ ନୂଆ ଗେଜେଟ୍‌ କିଣିବା ସୁଯୋଗ ପାଇପାରିବେ। ସେଗୁଡ଼ିକ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଲାପ୍‌ଟପ୍‌ ଏବଂ ଇୟରବଡ୍‌ ଆଦି ଉତ୍ପାଦ ରହିଛି। ଚୀନ୍‌ କମ୍ପାନି ଭିଭୋ, ସାଓମି, ଅନରର ଫୋନ୍‌ ସମେତ ଲେନୋଭୋର ଲାପଟପ୍‌ ଏବଂ ବୋସ୍‌ର ଇୟରଫୋନ୍‌ ରହିଛି। ଏଠାରେ ଚଳିତମାସରେ ଭାରତୀୟ ବଜାରରେ ଉପଲବ୍ଧ କରାଯାଇଥିବା କେତୋଟି ଉତ୍ପାଦ…

ସାଓମି ରେଡ୍‌ମି ୬ ପ୍ରୋ
ସାଓମି ପକ୍ଷରୁ ରେଡ୍‌ମି ୬ ପ୍ରୋ ଫୋନ୍‌ ମଧ୍ୟ ଚଳିତମାସରେ ବଜାରକୁ ଆସିଛି। ନଚ୍‌ ଷ୍ଟାଇଲ୍‌ ଡିସ୍‌ପ୍ଲେ ସୁବିଧା ଥିବା ସାଓମିର ସ୍ମାର୍ଟଫୋନ୍‌ ଗୁଡ଼ିକ ମଧ୍ୟରେ ଏହା ସବୁଠୁ ଶସ୍ତା। ଏହାର ମୂଲ୍ୟ ୧୦୯୯୦ ଟଙ୍କା ରହିଛି। ଏହି ଫୋନରେ ୫.୮ ଇଞ୍ଚର ଆଇପିଏସ୍‌ ଡିସ୍‌ପ୍ଲେ୍‌ ଥିବାବେଳେ ଏହା ମେଟାଲ ୟୁନିବଡି ଡିଜାଇନ୍‌ରେ ଆସିଛି। କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୨୫ ପ୍ରୋସେସର୍‌ ସହିତ ୩ଜିବି, ୪ଜିବି ରାମ୍‌ ଏବଂ ୩୨ଜିବି ଓ ୬୪ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ୍‌ରେ ଏହି ଫୋନ୍‌ ଗୁଡ଼ିକ ପ୍ରସ୍ତୁତ ହୋଇଛି। ଉକ୍ତ ଫୋନ୍‌ରେ କମ୍ପାନି ୪୦୦୦ ମିଲିଆମ୍ପିଅର୍‌ ବ୍ୟାଟେରି ପ୍ରଦାନ କରିଛି। ରେଡ୍‌ମି ୬ ପ୍ରୋ ସ୍ମାର୍ଟଫୋନ୍‌ର ପଛପାର୍ଶ୍ୱରେ ୧୨ ମେଗାପିକ୍ସେଲ ଓ ୫ ମେଗାପିକ୍ସେଲର କ୍ୟାମେରା ଥିବାବେଳେ ସମ୍ମୁଖ ଭାଗରେ ୫ ମେଗାପିକ୍ସେଲର କ୍ୟାମେରା ରହିଛି। ଏଥିସହିତ ଏହି ଫୋନ୍‌ର ପଛପଟେ ଫିିଙ୍ଗରପ୍ରିଣ୍ଟ୍‌ ସ୍କାନର ଓ ଅନ୍ୟ କେତେକ ସୁବିଧା ରହିଛି।

ଅନର ୭ଏସ୍‌

ଅନର ପକ୍ଷରୁ ୭ଏସ୍‌ ନାମରେ ଫୋନ୍‌ ବଜାରକୁ ଆସିଛି। ଏହାର ମୂଲ୍ୟ ୭ ହଜାର ଟଙ୍କା ତଳେ ଅର୍ଥାତ୍‌ ୬୯୯୯ ଟଙ୍କା ରହିଛି। ଏହି ଫୋନ୍‌ରେ ୫.୪୫ ଇଞ୍ଚ୍‌ର ଡିସପ୍ଲେ, ୧.୫ ଗିଗାହର୍ଜର କ୍ୱାଡକୋର୍‌ ମିଡିଆଟେକ୍‌ ଏମ୍‌ଟି ୬୭୩୯ ପ୍ରୋସେସର, ୧୬ ଜିବିର ଷ୍ଟୋରେଜ୍‌ ଏବଂ ୩୦୨୦ ମିଲିଆମ୍ପିଅର ବ୍ୟାଟେରି ରହିଛି। ଉକ୍ତ ଫୋନ୍‌ର ପଛ ପଟେ ୧୩ ମେଗାପିକ୍ସେଲର କ୍ୟାମେରା ଥିବାବେଳେ ସମ୍ମୁଖ ଗାବେ ୫ ମେଗାପିକ୍ସେଲର କ୍ୟାମେରା ଲାଗିଛି। ଶନିବାର ଏହି ଫୋନ୍‌ର ଫ୍ଲାସସେଲ୍‌ ପ୍ଲିପକାର୍ଟରେ ଆରମ୍ଭ ହୋଇଥିଲା। ସେଲ୍‌ ଆରମ୍ଭ ହେବାର ମାତ୍ର ୭ ମିନିଟ୍‌ ମଧ୍ୟରେ ସବୁ ଫୋନ୍‌ ବିକ୍ରି ହୋଇଯାଇଛି।

ଲେନୋଭୋ ଥିଙ୍କପ୍ୟାଡ୍‌ ଇ୪୮୦
ଚୀନ୍‌ କମ୍ପାନି ଲେନୋଭୋ ପକ୍ଷରୁ ବଜାରକୁ ଚଳିତମାସରେ ନୂଆ ଥିଙ୍କପ୍ୟାଡ ଇ୪୮୦ ଅଣାଯାଇଛି। ଏହି ଲାପ୍‌ଟପ୍‌ର ମୂଲ୍ୟ ୩୬୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ୧୪ ଇଞ୍ଚ ସ୍କି୍ରିନ୍‌ ବିଶିଷ୍ଟ ଏହି ଲାପ୍‌ଟପ୍‌ଟିରେ ନିରାପତ୍ତା ପାଇଁ ଫିଙ୍ଗରପ୍ରିଣ୍ଟ୍‌ ରିଡର୍‌ ରହିଛି। ଏହି ଲାପ୍‌ଟପ୍‌ର ଓଜନ ୧.୭ କିଗ୍ରା ରହିଛି।

ବୋସ୍‌ ସ୍ଲିପବଡ୍‌
ବୋସ୍‌ ପକ୍ଷରୁ ସ୍ଲିପ୍‌ବଡ୍‌ ନାମରେ ସବୁଠୁ କ୍ଷୁଦ୍ର ଇୟରଫୋନ୍‌ ଅଣାଯାଇଛି। ଏହାର ମୂଲ୍ୟ ୨୨,୯୯୦ ଟଙ୍କା ରହିଛି। ପ୍ରତ୍ୟେକ ଇୟରଫୋନ୍‌ର ଓଜନ ୧.୪ ଗ୍ରାମ୍‌ ରହୋଇଥିବା ବେଳେ ଚଉଡ଼ା ଓ ଉଚ୍ଚତା ୧ ସେମି ରହିଛି। ସାଧାରଣ ଇୟରଫୋନ୍‌ ଭଳି ଏହା ନୁହେଁ। ଏହା ହେଉଛି ଓୟାରଲେସ୍‌ ଇୟରଫୋନ୍‌। ଶୋଇବାବେଳେ ଜଣେ ଏହାକୁ କାନରେ ଲଗାଇ ସଙ୍ଗୀତ ଶୁଣିପାରିବେ। ଫୋନ୍‌ ଏବଂ ଆପ୍‌ ସହିତ ସଂଯୋଗ କରି ଗୀତ ଶୁଣିହେବ। ଥରେ ଚାର୍ଜ କରିଲେ ଏଥିରେ ୧୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଭିଭୋ ଭି୧୧ପ୍ରୋ


ଭିଭୋ ପକ୍ଷରୁ ଭି ୧୧ ପ୍ରୋ ଫୋନ୍‌ର ବଜାର ପ୍ରବେଶ ଚଳିତମାସ ପ୍ରାରମ୍ଭରେ ଘୋଷଣା କରାଯାଇଛି। ଫୋନ୍‌ଟି ଗ୍ରାହକଙ୍କ ପାଇଁ ଭିଭୋ ଇଣ୍ଡିଆ େଓ୍ଵବସାଇଟ୍‌ରେ ଚଳିତମାସ ୧୨ ତାରିଖରୁ ଉପଲବ୍ଧ କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସ୍ମାନର୍‌ ରହିଛି। ୬.୪ ଇଞ୍ଚର ଆମୋଲେଡ୍‌ ଡିସ୍‌ପ୍ଲେ୍‌ ଥିବା ଏହି ଫୋନ୍‌ଟି ପ୍ଲାଷ୍ଟିକ୍‌ ୟୁନିବଡି ଡିଜାଇନ୍‌ରେ ଆସିଛି। ସ୍ନାପଡ୍ରାଗନ୍‌ ୬୬୦ ପ୍ରୋସେସର, ୬ଜିବି ରାମ୍‌, ୬୪ଜିବି ଷ୍ଟୋରେଜ୍‌ ଏବଂ ୩୪୦୦ ମିଲିଆମ୍ପିଅର ବ୍ୟାଟେରି ଏହି ଫୋନ୍‌ରେ ରହିଛି। ପଛପାର୍ଶ୍ୱରେ ୧୨ ମେଗାପିକ୍ସେଲ ଓ ୫ ମେଗାପିକ୍ସେଲର ଦୁଇଟି କ୍ୟାମେରା ଥିବାବେଳେ ସମ୍ମୁଖ ଭାଗରେ ୨୫ ମେଗାପିକ୍ସେଲର କ୍ୟାମେରା ରହିଛି। ଏହି ଫୋନ୍‌ରେ କମ୍ପାନି ଆଣ୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରି ଅନେକ ସୁବିଧା ମଧ୍ୟ ପ୍ରଦାନ କରିଛି। ଏହାର ମୂଲ୍ୟ ୨୫,୯୯୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର