ନୂଆ ଉତ୍ପାଦ: ନୋକିଆର ନୂଆ ଆଣ୍ଡ୍ରଏଡ୍‌ ଫୋନ୍‌

ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ଆଣ୍ଡ୍ରଏଡ୍‌ ସିରିଜ୍‌ର ତିନିଟି ନୂଆ ଫୋନ୍‌କୁ ଉନ୍ମୋଚନ କରାଯାଇଛି। ତାହା ହେଉଛି ନୋକିଆ ୫.୧, ନୋକିଆ ୩.୧ ଓ ନୋକିଆ ୨.୧। ଚଳିତ ମାସ ୧୨ରୁ ଏଗୁଡ଼ିକର ବିକ୍ରି ଅନଲାଇନ୍‌ରେ ଆରମ୍ଭ ହୋଇଯାଇଛି। ନୋକିଆ ୫.୧ର ଦାମ୍‌ ୧୪,୪୯୯ ଟଙ୍କା, ନୋକିଆ ୩.୧ର ମୂଲ୍ୟ ୧୧,୯୯୯ ଟଙ୍କା ଓ ନୋକିଆ ୨.୧ର ମୂଲ୍ୟ ୬୯୯୯ ଟଙ୍କା ରହିଛି। ସାଧାରଣ ଷ୍ଟୋର୍‌ଗୁଡ଼ିକରେ ମଧ୍ୟ ଏହି ଫୋନ୍‌ଗୁଡ଼ିକ ବିକ୍ରି ହେଉଛି।

ସନ୍‌ଫିଷ୍ଟ୍‍ର ନୂଆ ମାରି ଲାଇଟ୍‌ ଭିଟା
ସନ୍‌ଫିଷ୍ଟ୍‍ ପକ୍ଷରୁ ନୂଆ ବିସ୍କୁଟ୍‌ ସନ୍‌ଫିଷ୍ଟ୍‍ ମାରି ଲାଇଟ୍‌ ଭିଟାକୁ ଉନ୍ମୋଚନ କରାଯାଇଛି। ଏହି ନୂଆ ବିସ୍କୁଟ୍‌ ପାଇଁ କଂପାନି ପକ୍ଷରୁ ଓଡ଼ିଆ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ସନ୍‌ଫିଷ୍ଟ୍‍ ମାରି ଲାଇଟ୍‌ ଭିଟାର ୩୦ ଗ୍ରାମ୍‌ ପ୍ୟାକ୍‌ର ମୂଲ୍ୟ ୧୮ ଟଙ୍କା ରହିଛି।

ମାଇକ୍ରୋସଫ୍ଟର ସର୍‌ଫେସ୍‌ ଲ୍ୟାପ୍‌ଟପ୍‌
ମାଇକ୍ରୋସଫ୍ଟ ପକ୍ଷରୁ ଭାରତରେ ସରଫେସ୍‌ ବୁକ୍‌ ୨ ଓ ସରଫେସ୍‌ ଲାପ୍‌ଟପ୍‌କୁ ଉନ୍ମୋଚନ କରାଯାଇଛି। ସରଫେସ୍‌ ରେଞ୍ଜର ଏହି ଉତ୍ପାଦଗୁଡ଼ିକ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ଭଳି ଅନଲାଇନ୍‌ ଷ୍ଟୋର୍‌ ବ୍ୟତୀତ ଅନ୍ୟ ସଂଗଠିତ ଖୁଚୁରା ଷ୍ଟୋର୍‌ରେ ମଧ୍ୟ ଉପଲବ୍ଧ ହେଉଛି। ସରଫେସ୍‌ ଲ୍ୟାପ୍‌ଟପ୍‌ର ମୂଲ୍ୟ ୮୬,୯୯୯ ଟଙ୍କାରୁ ଆରମ୍ଭ ହୋଇ ୨,୩୩,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ସରଫେସ୍‌ ବୁକ୍‌ ୨ର ମୂଲ୍ୟ ୧,୩୭,୯୯୯ ଟଙ୍କାରୁ ଆରମ୍ଭ ହୋଇ ୨,୯୫,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର