ନୂଆ ଉତ୍ପାଦ: ଓପୋର ୬୦ ହଜାର ଟଙ୍କିଆ ଫୋନ୍‌

ନୂଆଦିଲ୍ଲୀ: ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ପକ୍ଷରୁ ଏହାର ପ୍ରମୁଖ ମଡେଲ୍‌ ଫାଇଣ୍ଡ୍‌ ଏକ୍ସକୁ ଭାରତରେ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ହେଉଛି ୫୯,୯୯୦ ଟଙ୍କା। ଏହା ବଜାରରେ ଆଇଫୋନ୍‌ ଏକ୍ସ, ସାମସଙ୍ଗ୍‌ ଗାଲାକ୍ସି ଏସ୍‌୯ ଓ ଗୁଗୁଲ୍‌ ପିକ୍‌ସେଲ୍‌ ଏକ୍ସଏଲ୍‌ ସହିତ ପ୍ରତିଦ୍ୱନ୍ଦିତା କରିବ। ଓପୋର ଫାଇଣ୍ଡ୍‌ ଏକ୍ସକୁ ଗ୍ରାହକମାନେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଜୁଲାଇ ୨୫ ଠାରୁ ଏହା ଉପଲବ୍ଧ ହେବ। ଏହା ଦୁଇ ରଙ୍ଗରେ ଉପଲବ୍ଧ ହେବ। ଏଥିରେ ୬.୪ ଇଞ୍ଚ୍‌ର ଓଏଲ୍‌ଇଡି ଡିସ୍‌ପ୍ଲେ, ୮ ଜିବି ରାମ୍‌, କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୮୪୫ ପ୍ରୋସେସର୍‌, ଆଣ୍ଡ୍ରଏଡ୍‌ ଓରିଓ ଅପରେଟିଂ ସିଷ୍ଟମ୍‌ ଓ ୩୭୩୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ୩୫ ମିନିଟ୍‌ ଭିତରେ ଏହି ଫୋନ୍‌ ଶୂନରୁ ଫୁଲ୍‌ ଚାର୍ଜ ହୋଇଯିବ। ଏହାର ପଛ ପାଖରେ ୧୬ ଏମ୍‌ପି ଓ ୨୦ ଏମ୍‌ପିର ଡୁଆଲ୍‌ କ୍ୟାମେରା ରହିଛି। ସାମ୍ନାରେ ୨୫ ଏମ୍‌ପିର ସେଲ୍‌ଫି କ୍ୟାମେରା ରହିଛି।

ବିଏମ୍‌ଡବ୍ଲ୍ୟୁ ୩ ସିରିଜ୍‌ ଗ୍ରାନ୍‌ ଟୁରିସ୍‌ମୋ ସ୍ପୋର୍ଟ

ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ପକ୍ଷରୁ ନୂଆ ୩୨୦ ଡି ୩ ସିରିଜ୍‌ ଗ୍ରାନ୍‌ ଟୁରିସ୍‌ମୋ ସ୍ପୋର୍ଟ କାର୍‌ର ଉନ୍ମୋଚନ କରାଯାଇଛି। ଗାଡ଼ିରେ ୧୯୯୫ ସିସିର ଟ୍ଵିନ୍‌ ପାଓ୍ଵାର ଟର୍ବୋ ୪ ସିଲିଣ୍ଡର ଡିଜେଲ ଇଞ୍ଜିନ ଲାଗିଛି। ଏତଦ୍‌ବ୍ୟତୀତ ଏଥିରେ ୮ ସ୍ପିଡ୍‌ ଷ୍ଟେପ୍ଟ୍ରୋନିକ୍‌ ସ୍ପୋର୍ଟ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ରହିଛି, ଯାହାକି ପଛ ଚକକୁ ପାଓ୍ଵାର ପଠାଇବାରେ ସହାୟକ ହେଉଛି। କାରର ବେଗ ୭.୭ ସେକେଣ୍ଡ ମଧ୍ୟରେ ୧୦୦ କିମିକୁ ବୃଦ୍ଧି ପାଇପାରୁଛି। ମୂଳ ଭାରିଆଣ୍ଟ୍‌ ଗାଡ଼ିର ଏକ୍ସ ସୋ’ରୁମ ମୂଲ୍ୟ ୪୬ ଲକ୍ଷ ୬୦ ହଜାର ଟଙ୍କା ରହିଛି।

ସମ୍ବନ୍ଧିତ ଖବର