ପୋର୍ଶେ ପକ୍ଷରୁ ୯୧୧ ଜିଟି୨ଆର୍ଏସ୍ କାରର୍ ଉନ୍ମୋଚନ କରାଯାଇଛି। ମୁମ୍ବାଇରେ ଏହି କାରର ଏକ୍ସସୋରୁମ୍ ମୂଲ୍ୟ ପ୍ରାୟ ୪ କୋଟି (୩ କୋଟି ୮୮ ଲକ୍ଷ) ଟଙ୍କା ରହିଛି। ଭାରତ ବଜାରରେ କମ୍ପାନି ଅଳ୍ପ କେତୋଟି ୟୁନିଟ୍ ବିକ୍ରି ଯୋଜନା ରଖିଛି। ଉକ୍ତ କାରରେ ଶକ୍ତିଶାଳୀ ଇଞ୍ଜିନ ଲାଗିଛି। ଫଳରେ ୨ ସେକେଣ୍ଡ ମଧ୍ୟରେ ଏହି କାରର ଘଣ୍ଟାପ୍ରତି ବେଗ ୧୦୦ କିମିକୁ ବୃଦ୍ଧି ପାଇପାରିବ। କାରଟି ଘଣ୍ଟା ପ୍ରତି ସର୍ବାଧିକ ୩୪୦ କିମି ବେଗରେ ଯାତ୍ରା କରିବା କ୍ଷମତା ରଖିଛି। ଏହି କାରରେ ରିଅର ଏକ୍ସିଲ ଷ୍ଟିଅରିଂ ସୁବିଧା ମଧ୍ୟ ରହିଛି।
କାଓ୍ଵାସାକି ଇଣ୍ଡିଆ ପକ୍ଷରୁ ୨୦୧୯ ନିଞ୍ଜା ୬୫୦ ବଜାରରେ ଉନ୍ମୋଚନ ନେଇ ଘୋଷଣା କରାଯାଇଛି। ୨୦୧୯ କାଓ୍ଵାସାକି ନିଞ୍ଜା ୬୫୦ ଷ୍ଟାଣ୍ଡାର୍ଡର ଏକ୍ସ ସୋରୁମ୍ ମୂଲ୍ୟ ଦିଲ୍ଲୀରେ ୫ ଲକ୍ଷ ୪୯ ହଜାର ଟଙ୍କା ରହିଛି। ତେବେ ନିଞ୍ଜା ୬୫୦ କେଆରଟିର ଏକ୍ସ ସୋରୁମ ମୂଲ୍ୟ ୫ ଲକ୍ଷ ୬୯ ହଜାର ଟଙ୍କା ରହିଛି। କାଓ୍ଵାସାକି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ୟୁତାକା ୟାମାସିତାଙ୍କ କହିବାନୁଯାୟୀ, ୬୫୦ ସିସି ବାଇକ୍ ବର୍ଗରେ ଏହି ବାଇକ୍ ଗୁଡ଼ିକ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ। ଭାରତରେ ୬୫୦ ସିସି ଇଞ୍ଜିନରେ ପ୍ରସ୍ତୁତ ନିଞ୍ଜାର ଯଥେଷ୍ଟ ଚାହିଦା ରହିଛି ବୋଲି ସେ କହିଛନ୍ତି। ନିଞ୍ଜା ଜେଡଏକ୍ସ-୧୦ଆର୍ର ଡିଜାଇନରେ ଅନୁପ୍ରାଣୀତ ହୋଇ କମ୍ପାନି ୨୦୧୯ ନିଞ୍ଜା ୬୫୦କୁ ପତଳା କରିଛି।
ହୋଣ୍ଡା ସିଡି ୧୧୦ ଡ୍ରିମ ଡିଏକ୍ସ
ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୧୮ ସିଡି ୧୧୦ ଡ୍ରିମ ଡିଏକ୍ସର ବଜାର ପ୍ରବେଶ କରାଯାଇଛି। ଦିଲ୍ଲୀରେ ଏହି ବାଇକ୍ର ଏକ୍ସ ସୋ’ରୁମ ମୂଲ୍ୟ ୪୮୬୪୧ ଟଙ୍କା ରହିଛି। ୧୧୦ ସିସି ଇଞ୍ଜିନ ଖଞ୍ଜାଯାଇଥିବା ଏହି ବାଇକ୍ରେ ନୂଆ ସୁନେଲି ଗ୍ରାଫିକ୍ସ ସହିତ କ୍ରୋମ୍ ମଫଲର ପ୍ରୋଟେକ୍ଟର ରହିଛି। ଏତଦ୍ବ୍ୟତୀତ ପଛରେ ଭାରି ଜିନିଷ ଓହଳାଇ ନେବା ପାଇଁ ସୁବିଧା ରହିଛି। କମ୍ପାନି ଏହି ବାଇକ୍କୁ ମୁଖ୍ୟତଃ ଦେଶର ଗ୍ରାମୀଣ ବଜାରକୁ ଦୃଷ୍ଟିରେ ରଖି ଆଣିଛି। ଫଳରେ ଏଥିରେ ଗୋଟିଏ ଲମ୍ବା ସିଟ୍, ୧୭୯ ମିଲିମିଟରର ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ୟୁଟିଲିଟି ବକ୍ସ ଆଦି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/marutisuv.jpg)