ନୂଆ ପ୍ରସ୍ତାବ

ଆର୍ଥିକ କ୍ଷେତ୍ର

ବ୍ୟାଙ୍କ ଜମା ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି
ସରଫେଇସି ଆଇନରେ କମ୍ପାନିଙ୍କ ଋଣ ଆଦାୟ ସୀମା କୋହଳ
ଆଇଡିବିଆଇ ବ୍ୟାଙ୍କର ଅବଶିଷ୍ଟ ଅଂଶଧନ ବି‌କିବେ ସରକାର
ସରକାରୀ କର୍ମଚାରୀଙ୍କ ପାଇଁ ପିଏଫଆରଡିଏଆଇରୁ ଏନପିଏସ ଟ୍ରଷ୍ଟ ଅଲଗା

ଏକ ଯତ୍ନବାନ ସମାଜ
ମହିଳା, ଶିଶୁଙ୍କ ବିକାଶ ପାଇଁ ବଜେଟରେ ୩୫୬୦୦ କୋଟି ପ୍ରଦାନ
ଏମଏମଆର ହ୍ରାସ ଏବଂ ପୋଷ୍ଟିକ ତତ୍ତ୍ବ ସ୍ତର ବୃଦ୍ଧି ପାଇଁ ଟାସ୍କଫୋର୍ସ ଗଠନ ପ୍ରସ୍ତାବ
ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେରିଟେଜ୍ ଆଣ୍ଡ କଞ୍ଜରଭେସନ ସ୍ଥାପନ ପ୍ରସ୍ତାବ
ଦେଶର ୫ଟି ପ୍ରତ୍ନତତ୍ତ୍ବ ସ୍ଥଳକୁ ଐତିହାସିକ ସ୍ଥଳୀ ଭାବେ ବିକାଶ କରାଯିବ
ମୁଦ୍ରା ଏବଂ ବାଣିଜ୍ୟ ମ୍ୟୁଜିୟମ ସ୍ଥାପନ ହେବ
ରାଞ୍ଚିରେ ସ୍ଥାପନ ହେବ ଆଦିବାସୀ ମ୍ୟୁଜିୟମ
ଲୋଥାଲରେ ସ୍ଥାପନ ହେବ ସାମୁଦ୍ରିକ ମ୍ୟୁଜିୟମ
୧୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହରର ଲୋକଙ୍କୁ ଶୁଦ୍ଧ ବାୟୁ ପ୍ରଦାନ ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ

ଉତ୍ତମ ସ୍ବାସ୍ଥ୍ୟ, ଜଳ ଓ ପରିମଳ
ପିଏମ୍‌ କିଷାନ୍ ଯୋଜନାରେ ଦ୍ବିତୀୟ ଏବଂ ତୃତୀୟ ବର୍ଗ ସହରରେ ଅଧିକ ଡାକ୍ତରଖାନା ସାମିଲ ହେବ
ଜୀବନଶୈଳୀ ଜନିତ ରୋଗର ନିରାକରଣ ପାଇଁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ୍‌
ଦେଶରେ ପିପିପି ମୋଡରେ ଡାକ୍ତରଖାନା ସ୍ଥାପନ ପାଇଁ ଭାଏବିଲିଟି ଗ୍ୟାପ ଫଣ୍ଡିଂ ସୁବିଧା
‘ଟିବି ହାରେଗା ଦେଶ୍‌ ଜିତେଗା’ ଯୋଜନାରେ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମାରୋଗର ସମ୍ପୂର୍ଣ୍ଣ ଦୂରୀକରଣ
୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାକୁ ଜନ ଔଷଧି କେନ୍ଦ୍ର ଯୋଜନାର ସମ୍ପ୍ରସାରଣ
ସ୍ବଚ୍ଛ ଭାରତ ମିସନ ପାଇଁ ୧୨,୩୦୦ କୋଟି
ଜଳ ଜୀବନ ମିସନ ପାଇଁ ୩ ଲକ୍ଷ ୬୦ ହଜାର କୋଟି

ଶିକ୍ଷା ଓ ଦକ୍ଷତା ବିକାଶ
ଖୁବ୍ ଶୀଘ୍ର ଘୋଷଣା ହେବ ନୂଆ ଶିକ୍ଷା ନୀତି
ଉଚ୍ଚମାନର ଶିକ୍ଷା ପ୍ରଦାନ ପାଇଁ ବିଦେଶରୁ ଋଣ ଏବଂ ଏଫଡିଆଇ ଆସିବ
୨୦୨୧ ମାର୍ଚ୍ଚ ସୁଦ୍ଧା ୧୫୦ ଶିକ୍ଷାନୁଷ୍ଠାନରେ ଆପ୍ରେଣ୍ଟିସିପ୍ ସଂଯୋଜିତ ଡିଗ୍ରି/ଡିପ୍ଲୋ‌ମା ପାଠ୍ୟକ୍ରମ
ପୌରପାଳିକା ଗୁଡ଼ିକରେ ନୂଆ ଇଞ୍ଜିନିୟରମାନଙ୍କୁ ମିଳିବ ବର୍ଷେ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍
ସମାଜରେ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ଅନଲାଇନରେ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନ
ବିଦେଶରେ ନିଯୁକ୍ତି ସୁଯୋଗ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ଦକ୍ଷତା ପାଠ୍ୟକ୍ରମ
ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏସିଆ ଓ ଆଫ୍ରିକାରେ ଇଣ୍ଡ-ସାଟ୍‌ ଆରମ୍ଭ

କୃଷି, ଜଳସେଚନ, ଗ୍ରାମୀଣ ବିକାଶ
ପିଏମ୍‌ କୁସୁମ୍‌ରେ ୨୦ ଲକ୍ଷ କୃଷକଙ୍କ ପାଇଁ ସୌର ଚାଳିତ ପାଣି ପମ୍ପ ସ୍ଥାପନ
ପିପିପି ମୋଡ୍‌ରେ ଗୋଦାମ ପ୍ରତିଷ୍ଠା ପାଇଁ ଅର୍ଥ ପ୍ରଦାନ
ଏସଏଚଜି ଦ୍ବାରା ପରିଚାଳିତ ଗ୍ରାମୀଣ ଗୋଦାମ ଯୋଜନା ଆରମ୍ଭ
ଇ-ଏନଡବ୍ଲ୍ୟୁଆର୍‌କୁ ଇ-ନାମ୍ ସହିତ ଯୋଡ଼ାଯିବ
ଭାରତୀୟ ରେଳ ପକ୍ଷରୁ ‘କୃଷି ରେଳ’ ଆରମ୍ଭ
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ‘କୃଷି ଉଡ଼ାନ’
୨୦୨୫ ସୁଦ୍ଧା ଗାଈଗୋରୁଙ୍କ ଫାଟୁଆ, ବ୍ରୁକେଲୋସିସ୍ ଏବଂ ମେଣ୍ଢା ଓ ଛେଳିଙ୍କ ପିପିଆର ରୋଗର ମୂଳୋତ୍ପାଟନ
କୃତ୍ରିମ ପ୍ରଜନନ ବ୍ୟବସ୍ଥାକୁ ୭୦ ପ୍ରତିଶତକୁ ବୃଦ୍ଧି
ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୨୦୨୫ ସୁଦ୍ଧା ଦୁଇଗୁଣକୁ ବୃଦ୍ଧି
୨୦୨୦-୨୧ରେ କୃଷି ଋଣ ପ୍ରଦାନ ଲକ୍ଷ୍ୟ ୧୫ ଲକ୍ଷ କୋଟି
୨୦୨୨-୨୩ ସୁଦ୍ଧା ମାଛ ଉତ୍ପାଦନ ଲକ୍ଷ୍ୟ ୨୦୦ ଲକ୍ଷ ଟନ୍
ଅତିରିକ୍ତ ୪୫ ହଜାର ଏକର ଜମିରେ ମାଛଚାଷ
୩୪୭୭ ସାଗରମିତ୍ର ଓ ୫୦୦ ମାଛ ଏଫପିଓ ମାଧ୍ୟମରେ ମତ୍ସ୍ୟ ସମ୍ପ୍ରସାରଣ ସେବା
୨୦୨୪-୨୫ ସୁଦ୍ଧା ମାଛ ରପ୍ତାନି ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି

ଶିଳ୍ପ, ବାଣିଜ୍ୟ ଏବଂ ନିବେଶ
ମୋବାଇଲ ‌ଫୋନ୍, ଇଲେକଟ୍ରୋନିକ୍ ଉପକରଣ ଏବଂ ସେମି କଣ୍ଡକ୍ଟର ପ୍ୟାକେଜିଂ ନିର୍ମାଣକୁ ଉତ୍ସାହିତ କରିବା ଲାଗି ଯୋଜନା
ଚାରି ବର୍ଷ ପାଇଁ ଜାତୀୟ ବୈଷୟିକ ବୟନ ମିସନ କାର୍ଯ୍ୟକାରୀ
ଅଧିକ ରପ୍ତାନି ଋଣ ପ୍ରଦାନ ପାଇଁ ନିର୍ଭିକ ସ୍କିମ୍
ନିବେଶକଙ୍କ ସୁବିଧା ପାଇଁ ନିବେଶ ଅନୁମୋଦନ ପ୍ରକୋଷ୍ଠ ଗଠନ
ରପ୍ତାନି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସୁବିଧା ପାଇଁ ଏକ୍‌ଜିମ୍ ଓ ସିଡ୍‌ବିର ସ୍କିମ୍

ଭିତ୍ତିଭୂମି
ଜାତୀୟ ଲଜିଷ୍ଟିକ୍ସ ନୀତିର ଘୋଷଣା ଖୁବଶୀଘ୍ର
ରାଜପଥର ତ୍ବରିତ ବିକାଶ
ପିପିପି ମୋଡ୍‌ରେ ୧୫୦ ଯାତ୍ରୀବାହୀ ଟ୍ରେନର ଚଳାଚଳ
ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ତେଜସ୍ ଭଳି ଅଧିକ ଟ୍ରେନ ଚଳାଚଳ
ଦେଶର ଗୋଟିଏ ବନ୍ଦରକୁ କର୍ପୋରେଟ୍ ଢାଞ୍ଚା ପ୍ରଦାନ
ଉଡାନ୍ ଯୋଜନାରେ ୧୦୦ରୁ ଅଧିକ ବିମାନ ବନ୍ଦରର ବିକାଶ
ପାରମ୍ପରିକ ମିଟର ପରିବର୍ତ୍ତେ ଘରେ ପ୍ରିପେଡ୍ ସ୍ମାର୍ଟ ମିଟର ଲାଗିବ
ଜାତୀୟ ଗ୍ୟାସ ଗ୍ରିଡ୍‌ ୨୭ ହଜାର କିମିକୁ ବଢ଼ିବ
‘ଗିଫ୍ଟ’ ସହରରେ ଅନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜ ସ୍ଥାପନ ହେବ

ସମ୍ବନ୍ଧିତ ଖବର