ବଜାରରେ ନୂଆ ରେଡ୍‌ମି ୬

ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା ଶାଓମି ପକ୍ଷରୁ ରେଡ୍‌ମି ୬, ୬ଏ, ରେଡ୍‌ମି ୬ ପ୍ରୋକୁ ଉନ୍ମୋଚନ କରାଯାଇଛି। ରେଡମି ୬ଏର ମୂଲ୍ୟ ୫୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ ୨ ଜିବି ରାମ୍‌ ଓ ୧୬ ଜିବି ମେମୋରି ରହିଛି। ସେହିପରି ରେଡ୍‌ମି ୬ର ମୂଲ୍ୟ ୭୯୯୯ ଟଙ୍କା ରହିଛି। ଏହି ଫୋନ୍‌ଗୁଡ଼ିକ ଚଳିତ ମାସ ୧୦ ତାରିଖରୁ ଏମ୍‌ଆଇ ଡଟ୍‌ କମ୍‌ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ରେଡ୍‌ମି ୬ ପ୍ରୋ ଆମାଜନ୍‌ ଡଟ୍‌ କମ୍‌ରେ ଚଳିତ ମାସ ୧୧ରୁ ଉପଲବ୍ଧ ହେବ। ଏହାର ମୂଲ୍ୟ ୧୨,୯୯୯ ଟଙ୍କାରୁ ଆରମ୍ଭ ହୋଇଛି।

ଅନର୍‌ ୭ଏସ୍‌
ଅନର୍‌ ପକ୍ଷରୁ ନୂଆ ଅନର୍‌ ୭ଏସ୍‌କୁ ଭାରତରେ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୬୯୯୯ ଟଙ୍କା ରହିଛି। ସେପ୍ଟେମ୍ବର ୧୪ରୁ ଏହା ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ଏହାର ତିନିଟି ରଙ୍ଗ ରହିଛି। ଏହାର ପଛରେ ୧୩ ଏମ୍‌ପି ଓ ସାମ୍ନାରେ ୫ ଏମ୍‌ପି କ୍ୟାମେରା ରହିଛି। ଏହି ଫୋନ୍‌ରେ ସ୍ମାର୍ଟ ଫେସ୍‌ ରେକଗ୍ନିସନ୍‌ ସୁବିଧା ମଧ୍ୟ ରହିଛି। ୨ ଜିବି ରାମ୍‌ ଓ ୧୬ ଜିବି ରମ୍‌ରେ ଏହା ଉପଲବ୍ଧ ହେଉଥିବା ବେଳେ ଏଥିରେ ଅନେକ ପ୍ରକାର କାମ ଅତି ସହଜରେ ହୋଇପାରିବ ବୋଲି କଂପାନି ପକ୍ଷରୁ ଦାବି କରାଯାଇଛି। ଏହି ଫୋନ୍‌ରେ ୩୦୮୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି।

କେଶ କିଙ୍ଗ୍‌ ତେଲ, ସାମ୍ପୁ
ଇମାମି ପକ୍ଷରୁ କେଶ କିଙ୍ଗ୍‌ ଆୟୁର୍ବେଦିକ ତେଲ ଓ ସାମ୍ପୁକୁ ନୂତନ ପ୍ୟାକ୍‌ ଓ ନୂଆ ମିଶ୍ରଣରେ ଉପଲବ୍ଧ କରାଯାଇଛି। ଉଭୟ ଉତ୍ପାଦ ଦୁଇ ଗୁଣ ଅଧିକ ଲାଭ ପ୍ରଦାନ କରିବ ବୋଲି କଂପାନି ଦାବି କରୁଛି। ଜୁହି ଚାଓ୍ଵଲାଙ୍କ ସହିତ ଶିଳ୍ପା ସେଟ୍ଟି ମିଶି ଏହି ଦୁଇ ଉତ୍ପାଦର ପ୍ରଚାର କରିବେ ।

ସାମ୍‌ସଙ୍ଗ୍‌ର ନୂଆ ଏସ୍‌ଏସ୍‌ଡି
ସାମସଙ୍ଗ୍‌ ପକ୍ଷରୁ ନୂଆ ସଲିଡ୍‌ ଷ୍ଟେଟ୍‌ ଡ୍ରାଇଭ୍‌ (ଏସ୍‌ଏସ୍‌ଡି) ଏସକ୍‌୫କୁ ଉନ୍ମୋଚନ କରାଯାଇଛି। ସୂଚନା ପ୍ରଯୁକ୍ତି ବୃତ୍ତିରେ ଥିବା ଲୋକମାନଙ୍କ ପାଇଁ ଏହି ବାହ୍ୟ ଷ୍ଟୋରେଜ୍‌ ଉପକରଣ ଆଣିଛି। ଏଥିରେ ୨୦ ଜିବିର ଭିଡିଓକୁ ୧୨ ସେକେଣ୍ଡ୍‌ ଭିତରେ ରାଇଟ୍‌ କରିହେବ। ୫୦୦ ଜିବି, ୧ ଟିବି ଓ ୨ ଟିବି କ୍ଷମତାରେ ଏହା ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୨୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର