ଅନୁଗୁଳରେ ଖୋଲିଲା ରିଲାଏନ୍ସ ଜୁଏଲ୍‌ସ

ଭୁବନେଶ୍ବର: ଜାତୀୟ ସ୍ତରର ଗ୍ରହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଅନୁଗୁଳର ଅମଲାପଡ଼ାଠାରେ ଥିବା ଅନୁ ସପିଂ ମଲ୍‌ରେ ଏହାର ଫ୍ଲାଗ୍‌ସିପ୍ ଷ୍ଟୋର୍ ଆଜି ଉଦ୍‌ଘାଟିତ ହୋଇଯାଇଛି। ୩୨୦୦ ବର୍ଗଫୁଟ୍ ପରିବ୍ୟାପ୍ତ ଏହି ସୋ’ରୁମ୍‌ରେ ଆକର୍ଷଣୀୟ ସୁନା ଏବଂ ହୀରା ଗହଣା ସମ୍ଭାର ଉପଲବ୍ଧ କରାଯାଇଛି। ଏହି ଷ୍ଟୋରରେ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ଭାବେ ଏପ୍ରିଲ ୨୬ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ମାଗଣା ସ୍ବର୍ଣ୍ଣ ମୁଦ୍ରା ସର୍ତ୍ତାବଳୀ ସହ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଷ୍ଟୋର ପକ୍ଷରୁ ସୁନା ଗହଣାର ଗଢ଼େଇ ମୂଲ୍ୟ ଉପରେ ଫ୍ଲାଟ୍ ୨୫% ରିହାତି ଏବଂ ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସମ୍ପୂର୍ଣ୍ଣ ନୂଆ ମନ୍ଦିର ଗହଣା ସମ୍ଭାର ‘ଅପୂର୍ବମ୍‌’ ମଧ୍ୟ ଏହି ଷ୍ଟୋରରେ ଉପଲବ୍ଧ ହେବ ବୋଲି ରିଲାଏନ୍ସ ଜୁଏଲ୍‌ସର ପ୍ରବକ୍ତା କହିଛନ୍ତି। ଗୁଣବତ୍ତା ଓ ଶୁଦ୍ଧତା ଯୁକ୍ତ ବିଭିନ୍ନ ଡିଜାଇନର ଗ୍ରହଣା ଏଠାରେ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର