ନୂଆଦିଲ୍ଲୀ: ଦେଶରେ ଏବେ ଧନୀକ ବର୍ଗରେ ଏକ ଭିନ୍ନ ଧରଣର ଧାରା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଧନୀ ଭାବେ ପରିଗଣିତ ହେଉଥିବା ଧନୀମାନଙ୍କ ପତନ ଧାରା ଜାରି ରହିଥିବା ବେଳେ ନୂଆ ନୂଆ କୋଟିପତିଙ୍କ ଅଭ୍ୟୁଦୟ ହେବାରେ ଲାଗିଛି। ନିଜ ଦମ୍ରେ କୁବେର ଭଳି ଧନୀ ହୋଇଥିବା ଏକ ନୂଆ ବର୍ଗର ବ୍ୟବସାୟୀଙ୍କୁ ଏବେ ଦେଶରେ ଦେଖିବାକୁ ମିଳୁଛି। ସେହି ସମୟରେ ଅନେକ ପୁରୁଣା ପ୍ରତିଷ୍ଠିତ ବ୍ୟବସାୟୀ କାବରାରରେ ଭୁଲ ଗୋଟିଚାଳନା କରି ପତନର ସମ୍ମୁଖୀନ ହୋଇଛନ୍ତି।
ପୁରୁଣା କୋଟିପତିଙ୍କ ପତନର ଏକ ବଡ଼ କାରଣ ହେଉଛି ଋଣ। ବିଦ୍ୟୁତ ଉତ୍ପାଦନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପ୍ରତିଷ୍ଠିତ ପରିବାରର ବ୍ୟବସାୟୀମାନେ ୧୯୦ ବିଲିଅନ ଡଲାର ଋଣ ନେଇଥିଲେ। ପତନ ଆଡ଼କୁ ଗତି କରିଥିବା କୋଟିପତିଙ୍କ ମଧ୍ୟରେ ରହିଛନ୍ତି ରିଲାଏନ୍ସ କମ୍ୟୁନିକେସନର ମୁଖ୍ୟ ଅନିଲ ଅମ୍ବାନି, ଇସ୍ପାତ ବ୍ୟବସାୟ ସହ ଜଡ଼ିତ ଥିବା ରୁଇୟା ପରିବାର, ସୁଜଲନ୍ର ମୁଖ୍ୟ ତୁଲସୀ ତନ୍ତୀ ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା। ସେହି ସମୟରେ ନିଜର ବିଚକ୍ଷଣ ବ୍ୟବସାୟ ବୁଦ୍ଧିମତା ଯୋଗୁ କିଛି ବ୍ୟକ୍ତି ବଡ଼ ଧରଣର ଧନୀ ମାନ୍ୟତା ହାସଲ କରିବାରେ ସଫଳ ହୋଇଛନ୍ତି। ସେମାନେ ହେଉଛନ୍ତି ଫ୍ଲିପ୍କାର୍ଟର ପ୍ରତିଷ୍ଠାତା ସଚ୍ଚିନ ଓ ବିନ୍ନି ବଂଶଲ, ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଓ ବାଇଜୁର ମୁଖ୍ୟ ବାଇଜୁ ରବିନ୍ଦ୍ରନ।
ନୂଆ ଧନୀଙ୍କ ଅଭ୍ୟୁଦୟ, ପୁରୁଣାଙ୍କ ପତନ
/sambad/media/post_attachments/wp-content/uploads/2019/05/meeting-strangers-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)