ପୋଷ୍ଟଅଫିସରେ ଆପଣଙ୍କ ଜମା ଖାତା ଅଛି କି? ଏହା ନ କଲେ ଦେବାକୁ ପଡିପାରେ ଫାଇନ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଆପଣଙ୍କର ଜମାଖାତା ଅଛି କି ? ଯଦି ହଁ, ତେବେ ଡାକଘର ଜମାଖାତା ପାଇଁ ବଦଳିଥିବା ଏହି ନିୟମ ବାବଦରେ ଆପଣ ଜାଣିବା ଜରୁରୀ | କାରଣ, ଡାକଘର ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ୫୦୦ ଟଙ୍କା ବାଲାନ୍ସ ରଖିବା ବାଧ୍ୟତାମୂଳକ କରାଯାଇଛି। ୧୧ ଡିସେମ୍ବର ୨୦୨୦ ପରେ, ଯେଉଁମାନଙ୍କର ସଂଚୟ ଖାତାରେ ଏହି ପରିମାଣଠାରୁ କମ୍ ଟଙ୍କା ଅଛି ସେମାନଙ୍କୁ ରକ୍ଷଣାବେକ୍ଷଣ ଦେୟ ବା ମେଣ୍ଟେନାନ୍ସ ଚାର୍ଜ ଦେବାକୁ ପଡିବ |

ଯଦି ଆକାଉଣ୍ଟରେ ଜିରୋ ବାଲାନ୍ସ ଥାଏ, ତେବେ ଆକାଉଣ୍ଟ ବନ୍ଦ ହୋଇପାରେ | ପୋଷ୍ଟ ଅଫିସରେ ସର୍ବନିମ୍ନ ୫୦୦ ଟଙ୍କା ସହିତ ସେଭିଂ ଆକାଉଣ୍ଟ ଖୋଲାଯିବ। ଏହା ସହ ପୁରୁଣା ଆକାଉଣ୍ଟଗୁଡ଼ିକୁ ମଧ୍ୟ ରକ୍ଷଣାବେକ୍ଷଣ କରିବାକୁ ପଡିବ | ଯଦି ପୁରୁଣା ସଞ୍ଚୟ ଆକାଉଣ୍ଟରେ ପାଞ୍ଚଶହରୁ କମ୍ ଟଙ୍କା ଅଛି, ତେବେ ୧୧ ଡିସେମ୍ବର ୨୦୨୦ ପରେ, ଆକାଉଣ୍ଟଧାରୀମାନଙ୍କୁ ୧୦୦ ଟଙ୍କା ରକ୍ଷଣାବେକ୍ଷଣ ଚାର୍ଜ ଦେବାକୁ ପଡିବ | ତେବେ ଏହି ରକ୍ଷଣାବେକ୍ଷଣ ଚାର୍ଜ ସହ ଜିଏସଟି ବାବଦକୁ ଅତିରିକ୍ତ ୧୮ ଟଙ୍କା ଦେବାକୁ ହେବ |

ଅର୍ଥାତ ଆକାଉଣ୍ଟଧାରୀଙ୍କୁ ମେଣ୍ଟେନାନ୍ସ ଚାର୍ଜ ବାବଦକୁ ୧୧୮ ଟଙ୍କା ଦେବାକୁ ପଡିବ ମିଳିବ। ଡାକ ବିଭାଗର କହିବା କଥା ଯେ ଗ୍ରାହକଙ୍କୁ ଉତ୍ତମ ସେବା ଦେବା ପାଇଁ ଡାକ ବିଭାଗ ଗାଇଡଲାଇନକୁ ପରିବର୍ତ୍ତନ କରିଛି |

ସମ୍ବନ୍ଧିତ ଖବର