ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ୨୦୧୮ ଜୁଲାଇ ୩୧ ଥିଲା। ତାହାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜରିମାନା ସହିତ ଡିସେମ୍ବର ୩୧ ମଧ୍ୟରେ ଏମାନଙ୍କୁ ରିଟର୍ଣ୍ଣ ଦାଖଲ ସୁଯୋଗ ଦିଆଯାଇଥିଲା। ତେବେ ନୂଆବର୍ଷରୁ ଏହି ଜରିମାନା ରାଶି ଦୁଇଗୁଣ ହୋଇଯିବ। କିନ୍ତୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନେ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବେ।
ଟାଟା, ରେନଲ୍ଟ, ଫକ୍ସୱାଗନ ଓ ମାରୁତି ସୁଜୁକି କାର୍‌ଗୁଡ଼ିକର ଦାମ୍ ମଙ୍ଗଳବାର ଠାରୁ ବଢ଼ିବ।
ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ଥିବା ଡେବିଟ୍ ଓ କ୍ରେଡିଟ୍ କାର୍ଡ ଅଚଳ ହୋଇଯିବ। କେବଳ ଇଏମ୍‌ଭି ଚିପ୍ ଥିବା କାର୍ଡ କାମ ଦେବ।
ନନ୍-ସିଟିଏସ୍‌ ଚେକ୍‌ ବୁକ୍ କାମ ଦେବନି। କେବଳ ସିଟିଏସ୍‌ ଚେକ୍‌ଗୁଡ଼ିକର କାମରେ ଲାଗିବ।
କେତେକ ବ୍ଲାକ୍‌ବେରି, ନୋକିଆ ଓ ଆଇଫୋନ୍‌ ମଡେଲ୍‌ରେ ହ୍ବାଟସ୍‌ଆପ୍ କାମ କରିବନି।