ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍
ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍ ଲାଗୁ ହେବ। ନୂଆ ବ୍ୟବସ୍ଥାରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ ପାଇଁ କିଛି ବିବରଣୀ ଯଥା ଚେକ୍ ନମ୍ବର, ଚେକ୍ ତାରିଖ, ନାମ, ଆକାଉଣ୍ଟ୍ ନମ୍ବର ଏକଂ ସଠିକ୍ ମୂଲ୍ୟ ଆଦି ବିବରଣୀକୁ ପୁନର୍ବାର ସ୍ପଷ୍ଟ କରିବାକୁ ପଡ଼ିପାରେ।
ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପର୍ଶବିହୀନ କାର୍ଡ ପେମେଣ୍ଟ୍ ସୀମାକୁ ୨୦୦୦ ଟଙ୍କାରୁ ବଢ଼ାଇ ୫୦୦୦ ଟଙ୍କା କରାଯାଇଛି। ଏହି ନିଷ୍ପତ୍ତି ନୂଆବର୍ଷରୁ ଲାଗୁ ହେବ। ଡିଜିଟାଲ୍ ପେମେଣ୍ଟ୍ରେ ଉନ୍ନତି ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି।
କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସ୍ଟି ରିଟର୍ଣ୍ଣ
ପାଞ୍ଚ କୋଟି ଟଙ୍କା ଭିତରେ କାରବାର କରୁଥିବା କ୍ଷୁଦ୍ର ବ୍ୟସାୟୀମାନଙ୍କୁ ୧୨ ବଦଳରେ କେବଳ ୪ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଏହାର ପ୍ରଭାବ ୯.୪ କୋଟି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡ଼ିବ।
ଷ୍ଟାଣ୍ଡାର୍ଡ ମିଆଦୀ ବୀମା
ଜାନୁଆରି ୧ ସୁଦ୍ଧା ‘ସରଳ ବୀମା ଯୋଜନା’ ନାମରେ ଷ୍ଟାଣ୍ଡାର୍ଡ ମିଆଦୀ ବୀମା ସ୍କିମ୍ ଆଣିବାକୁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍ଡିଏଆଇ ପକ୍ଷରୁ ବୀମା କଂପାନିଗୁଡ଼ିକୁ କୁହାଯାଇଥିଲା। ପ୍ରଥମ ଥର ବୀମା କିଣୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଏହି ପଲିସି ଆସିବ। ଏଥିରେ ସର୍ବନିମ୍ନ ବୀମା ରାଶି ୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୫ ଲକ୍ଷ ଟଙ୍କା ରହିବ।
ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲ୍କୁ କଲ୍ କଲେ ଶୂନ ଲଗାଇବାକୁ ପଡ଼ିବ
କୌଣସି ଲ୍ୟାଣ୍ଡ୍ଲାଇନ୍ରୁ ମୋବାଇଲ୍ ନମ୍ବରକୁ କଲ୍ କରିବା ବେଳେ ନମ୍ବର ପୂର୍ବରୁ ସଂଖ୍ୟା ‘ଶୂନ’ ଯୋଡ଼ିବାକୁ ପଡ଼ିବ। ଏହି ନୂଆ ନିୟମ ଆସନ୍ତାକାଲି ଠାରୁ ଲାଗୁ କରିବାକୁ ଟେଲିକମ୍ କଂପାନିଗୁଡ଼ିକୁ ଟେଲିକମ୍ ବିଭାଗ ନିର୍ଦେଶ ଦେଇଥିଲା।
ମାସର ପ୍ରଥମ ଦିନରେ ଏଲ୍ପିଜି ଦର ବଦଳିବ
ପ୍ରତି ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡିର ମୂଲ୍ୟରେ ସଂଶୋଧନ ହେବ। ଆନ୍ତର୍ଜାତିକ ବଜାର ମୂଲ୍ୟ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଦର ନିର୍ଧାରଣ କରିବେ।
ଆଜିଠୁ ନୂଆ ନିୟମ, ପରିବର୍ତ୍ତନ: ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍
ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ, କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସ୍ଟି ରିଟର୍ଣ୍ଣ
/sambad/media/post_attachments/wp-content/uploads/2020/06/gst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)