ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି ଉପକରଣ ନିର୍ମାଣକାରୀ ସଂସ୍ଥା ଟାଫେ ପକ୍ଷରୁ ମାଗଣା ଭଡ଼ା ପ୍ଲାଟଫର୍ମ ’ଜେ ଫାର୍ମ ସର୍ଭିସ’ର ଶୁଭାରମ୍ଭ କରାଯଅଇଚ୍ଛି। ଏହା ହେଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଟାଫେର ଲକ୍ଷ୍ୟ ସମ୍ପୁୁର୍ଣ୍ଣ ବିଶ୍ୱରେ କୃଷି ମାଧ୍ୟମରେ ଭାରତରେ କୃଷକ ମାନଙ୍କ ଜୀବନକୁ ସମୃଦ୍ଧ କରିବା ହେଉଛି କମ୍ପାନୀର ସାମାଜିକ ଦାୟିତ୍ୱବଦ୍ଧ କାଯ୍ୟର୍କ୍ରମ । ଏହି ଅବସରରେ ଟାଫେର ଚେୟାରମ୍ୟାନ୍ ଏବଂ ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀ, ମଲ୍ଲିକା ଶ୍ରୀନିବାସନ୍ କହିଛନ୍ତି ଯେ, ‘ଜେଫାର୍ମ ସର୍ଭିସ ହେଉଛି ଏକ ସିଏସଆର ପଦକ୍ଷେପ, ଯାହାକି ଉଭୟ କୃଷକ ମାନଙ୍କୁ ସେମାନଙ୍କର ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତିକୁ ଭଡ଼ା ଆକାରରେ ନେବା ପାଇଁ ସୁବିଧା ପ୍ରଦାନ କରୁଛି ଏବଂ କ୍ଷୁଦ୍ର ଚାଷୀମାନେ ପ୍ରତ୍ୟେକ୍ଷଭାବରେ ଜେଫାର୍ମ ସର୍ଭିସ୍ ଆପରୁ ଉକ୍ତ ସେବା ସୁବିଧା ନେଇପାରିବେ । ଆମ୍ଭେମାନେ ସମ୍ପୁର୍ଣ୍ଣ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁବା ପାଇଁ ଲକ୍ଷ୍ୟ ରଖିଛୁ, ଯେବେକି ଆମ୍ଭେମାନେ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ, ୨୦୨୨ ସୁଦ୍ଧା କୃଷକ ମାନଙ୍କର ଆୟ ଦୁଇଗୁଣ କରିବା ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ । କୃଷକମାନେ ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତି ଜେଫାର୍ମ ସର୍ଭିସ ଆଣ୍ଡ୍ରଏଡ଼ ଆପ୍ ମାଧ୍ୟମରେ ଭଡ଼ାରେ ନେଇପାରିବେ । ଏହି ଆପ୍ କମ୍ ମୁଲ୍ୟର ଆଣ୍ଡ୍ରଏଡ଼ ଫୋନରେ ବ୍ୟବହାର କରାଯାଇପାରିବ ଏବଂ ଏହା ଖୁବ୍ କମ୍ ଡ଼ାଟାରେ ଚଲାଇବାପରି ଡ଼ିଜାଇନ କରାଯାଇଛି । ଏହାର ପ୍ରାରମ୍ଭିକ ପଦକ୍ଷେପ ସହିତ ବଡ଼ ବଡ଼ ରାଜ୍ୟ ଯେପରିକି, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜୁରାଟ ଏବଂ ବିହାରରେ ଜେଫାର୍ମ ସର୍ଭିସ୍ ପ୍ରତ୍ୟେକ୍ଷ ଭାବରେ ୬୫,୦୦୦ ଉପଭୋକ୍ତାଙ୍କୁ ଲାଭ ପହଞ୍ଚାଇଛି, ଯାହାର ପଳ ସୁରୂପ କୃଷି ଯନ୍ତ୍ରପାତି ପାଇଁ ପାଖାପାଖି ୧ ଲକ୍ଷ ୨୫ ହଜାର ଅର୍ଡ଼ର, ୩ ଲକ୍ଷ ଘଣ୍ଟା ପଯ୍ୟର୍ନ୍ତ ଭଡ଼ାରେ ନିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp