ଭୁବନେଶ୍ବର : ଟିଭିଏସ୍ ମୋଟର୍ କମ୍ପାନି ଓଡ଼ିଶା ବଜାରରେ ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଲଞ୍ଚ୍ କରିଛି । ୧୪୯.୭ ସିସିର ରେସ୍ ଆଧାରିତ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ଷ୍ଟିଲଥ ଏୟାରକ୍ରାଫ୍ଟ୍ ଡିଜାଇନରୁ ଅନୁପ୍ରାଣିତ ଏହି ସ୍କୁଟରଟି ଉଚ୍ଚ ପ୍ରଦର୍ଶନ, ସ୍ପୋର୍ଟି ଲୁକ୍ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣ ଯାହା ରାଇଡରମାନଙ୍କ ଏକ ନୂଆ ପିଢ଼ିକୁ ଆକର୍ଷିତ କରିବ । ଏହାର ମୂଲ୍ୟ ୧,୧୯,୦୦୦ ଟଙ୍କା (ଏକ୍ସ-ସୋରୁମ୍) ରହିଛି ।

Advertisment

ଏହି ସ୍କୁଟର ଏୟାରକୁଲଡ, ଓ୩ସି ଟେକ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ୭୦୦୦ ଆରପିଏମ ରେ ୧୩.୨ ପିଏସ ଏବଂ ୫,୫୦୦ ଆରପିଏମରେ ୧୪.୨ ଏନଏମ ଟର୍କ୍ ପ୍ରଦାନ କରୁଛି । ମାତ୍ର ୬.୩ ସେକେଣ୍ଡରେ ୦-୬୦ କେଏମ/ଏଚରେ ତ୍ୱରାନ୍ୱିତ ହୋଇ ଏବଂ ୧୦୪ କେଏମ/ଏଚର ଏକ ଶୀର୍ଷ ଗତିକୁ ବଢ଼ାଉଛି ଏବଂ ଏହା ଏହାର ଶ୍ରେଣୀର ସବୁଠାରୁ ଦ୍ରୁତତମ ସ୍କୁଟର୍ ଭାବରେ ଉଭା ହୋଇଛି ।