ହ୍ଵାଟ୍ସଆପରେ ନୂଆ ସୁରକ୍ଷା ବ୍ୟବସ୍ଥା, ଏଣିକି ଫିଙ୍ଗରପ୍ରିଣ୍ଟରେ ଖୋଲିବ

ନୂଆଦିଲ୍ଲୀ : ହ୍ଵାଟ୍ସଆପରେ ଆଉ କେତେକ ନୂଆ ସୁରକ୍ଷା ବ୍ୟବସ୍ଥା ଆସିବାର ସମ୍ଭାବନା ରହିଛି । ଏ ସଂପର୍କରେ କମ୍ପାନି ପକ୍ଷରୁ ସଂକେତ ଦିଆଯାଇଛି । ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ଫିଙ୍ଗରପ୍ରିଣ୍ଟ ବା ଅନ୍ୟାନ୍ୟ ବାୟୋମେଟ୍ରିକ ଚିହ୍ନଟବ୍ୟବସ୍ଥା ବ୍ୟବହାର କରି ହ୍ଵାଟ୍ସଆପକୁ ଲକ କରାଯିବ । ବ୍ୟବହାରକାରୀ ଏସବୁ ବ୍ୟବହାର କରି ତାହାକୁ ଖୋଲିପାରିବେ । ଫଳରେ ଆପଣଙ୍କ ଚାଟ ବା ଫଟୋଗୁଡ଼ିକୁ ଅନ୍ୟଲୋକ ସହଜରେ ଦେଖିପାରିବେ ନାହିଁ । ଏବେ ଥିବା ବ୍ୟବସ୍ଥା ଅନୁସାରେ ଫୋନର ସୁରକ୍ଷା ଉପରେ ହିଁ ହ୍ଵାଟ୍ସଆପ ନିର୍ଭରଶୀଳ । ଅର୍ଥାତ ସ୍ମାର୍ଟଫୋନରେ ଆପଣ କରୁଥିବା ପାସଓ୍ଵାର୍ଡ ଲକ ବା ପାଟନ ଲକ ଉପରେ ହିଁ ହ୍ଵାଟ୍ସଆପର ସୁରକ୍ଷା ନିର୍ଭରକରେ । ଜଣେ ଯଦି ଆପଣଙ୍କ ଫୋନକୁ ଖୋଲିପାରିଲା ତେବେ ସେ ଆପଣଙ୍କର ହ୍ଵାଟ୍ସଆପକୁ ବ୍ୟବହାର କରିପାରିବ, ଅପବ୍ୟବହାର କରିବା ମଧ୍ୟ ଅସମ୍ଭବ ନୁହେଁ ।

ପ୍ରଥମେ ଆଣ୍ଡ୍ରଏଡ ସେଟରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ପରେ ଓ୍ଵିଣ୍ଡୋ ଓ ଆଇଓଏସରେ ଏହା ଆରମ୍ଭ ହେବ । ତେବେ କେବେଠାରୁ ଏହା ଆରମ୍ଭ ହେବ ସେ ସମ୍ପର୍କରେ କମ୍ପାନି ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ ।

ସମ୍ବନ୍ଧିତ ଖବର