କଟକ: ପାତ୍ର ଇଲେକ୍ଟ୍ରୋନିକ୍ସର ନୂଆ ସୋ’ରୁମ୍ ‘ପାତ୍ର ଇଣ୍ଟେରିୟର୍ସ’ ସିଡିଏ ଜୁଡିସିଆଲ୍ ଏକାଡେମି ନିକଟରେ ଖୋଲାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଏମ୍ ରଜୟ କୁମାର ସିହ୍ନା ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆରବିଓ-୨ର ଆଞ୍ଚଳିକ ନିର୍ଦ୍ଦେଶକ ମଧୁସୂଦନ ମହାପାତ୍ର, ଗୋଦରେଜ୍ କମ୍ପାନିର ପୂର୍ବାଞ୍ଚଳ ମୁଖ୍ୟ ସୟନ ଦେ ଓ ପ୍ରଯୋଜକ ସୂର୍ଯ୍ୟନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ । କଟକ ଠାରେ ଖୋଲାଯାଇଥିବା ଏହି ସୋ’ରୁମ୍ରେ ବିଭିନ୍ନ ନାମୀଦାମୀ କମ୍ପାନିର ଫର୍ଣ୍ଣିଚର ଉପଲବ୍ଧ ହେଉଛି। ଗ୍ରାହକମାନେ ଏହି ସୋ’ରୁମ୍ରୁ ସୁଲଭ ଏବଂ ବିଶେଷ ରିହାତି ମୂଲ୍ୟରେ ବିଭିନ୍ନ ନାମୀଦାମୀ ଫର୍ଣ୍ଣିିଚର୍ ପାଇପାରିବେ ବୋଲି ପାତ୍ର ଗ୍ରୁପ୍ର ତତ୍ତ୍ୱାବଧାୟକ କୈଳାଶ ଚନ୍ଦ୍ର ପାତ୍ର କହିଛନ୍ତି। ଏହାବ୍ୟତୀତ ଏଠାରେ ଏକ୍ସଚେଞ୍ଜ୍ ଅଫର୍, ଫାଇନାନ୍ସ, ଆଜିର ବ୍ୟବସ୍ଥା ମଧ୍ୟ ରହିଛି। ଜାନୁଆରି ୨୬ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଉଦ୍ଘାଟନୀ ଅଫର୍ ରହିଛି।
ଆସ୍କାରେ ‘ଟୁନ୍ଓ୍ଵାଲ୍ ଇ-ବାଇକ୍’
ଭୁବନେଶ୍ୱର: ଟୁନ୍ଓ୍ଵାଲ୍ ଇ-ବାଇକ୍ର ନୂଆ ସୋ’ରୁମ୍ ଗଞ୍ଜାମର ଆସ୍କାଠାରେ ଖୋଲାଯାଇଛି। ଦେବ ମୋଟର୍ସ ନାମକ ଏହି ସୋ’ରୁମ୍ର ତତ୍ତ୍ୱାବଧାୟକ ସଞ୍ଜୟ କହିଛନ୍ତି ଯେ ଆଗାମୀ ଦିନରେ ସେ କବିସୂର୍ଯ୍ୟନଗର, ପୋଲସରା, ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର, ବ୍ରହ୍ମପୁର, ଚିକିଟି ଏବଂ ସୋରଡାରେ ଆଉଟ୍ଲେଟ୍ ଖୋଲିବେ। ମାସକୁ ୫୦୦ ବାଇକ୍ ବିକ୍ରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଟୁନ୍ଓ୍ଵାଲ୍ ଇ-ବାଇକ୍ର ବିଭିନ୍ନ ମଡେଲ୍ ସ୍ପୋର୍ଟସ୍, ଷ୍ଟର୍ମ ଜେଡ୍ଏକ୍ସ ଏବଂ ଇଲେକ୍ଟ୍ରିକା ଆଦି ଏଠାରେ ଉପଲବ୍ଧ ହେଉଛି। ପ୍ରଥମ ଦିନରେ ସୋ’ରୁମ୍ ପକ୍ଷରୁ ୧୫ ଗ୍ରାହକଙ୍କୁ ଗାଡ଼ି ଡେଲିଭରି କରାଯାଇଛି। ଗାଡ଼ିଗୁଡ଼ିକର ମୂଲ୍ୟ ୫୧-୫୯ ହଜାର ଟଙ୍କା ମଧ୍ୟରେ ରହିଛି। କଂପାନି ଫେବ୍ରୁଆରି ଶେଷ ସୁଦ୍ଧା ଗୋଟିଏ ନୂଆ ମଡେଲ୍ ବାଇକ୍ ଏବଂ ଗୋଟିଏ ସ୍କୁଟର୍ ମଡେଲ୍ ଆଣିବାକୁ ଲକ୍ଷ୍ୟ ରଖିଛି।