ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍ସେସ୍ ସୋ’ରୁମ୍ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଖୋର୍ଧାରେ ଏକ ମେଗା ଇଲେକ୍ଟ୍ରୋନିକ୍ସ ସୋ’ରୁମ୍ ଖୋଲାଯାଇଛି। ଖୋର୍ଧାର ପଲ୍ଲା ଛକର ଟିଭିଏସ୍ ସୋ’ରୁମ୍ ନିକଟରେ ୧୧ତମ ସୋ’ରୁମ୍ ଖୋଲିଛି। ୪୦୦୦ ବର୍ଗଫୁଟ ବିଶିଷ୍ଟ ଏହି ମେଗା ସୋ’ରୁମ୍କୁ ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଖୋର୍ଧା ମ୍ୟୁନିସପାଲିଟି Sଅଧ୍ୟକ୍ଷା ସଂଯୁକ୍ତା ସାହୁ ଉଦ୍ଘାଟନ କରିଛନ୍ତି। ଏଠାରେ ଦୀପାବଳି ଓ ଧନତେରସ୍ ଉପଲକ୍ଷେ ଗ୍ରାହକମାନେ ଗୋଟିଏ ସାମଗ୍ରୀ କିଣିଲେ ୫ଟି ଉପହାର ପାଇପାରିବେ। ସେହିଭଳି ଦୀପାବଳି ଓ ଧନତେରସ ଉପଲକ୍ଷେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ସମସ୍ତ ସୋ’ରୁମ୍ ଗ୍ରାହକମାନେ ପ୍ରତିଦିନ ସୁନା ଓ ରୁପା ଜିତିପାରିବେ। ଏହି ଅଫର୍ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏତଦ୍ବ୍ୟତୀତ ବଛା ବଛା କମ୍ପାନି ପକ୍ଷରୁ ଉପହାର, ସୋ’ରୁମ୍ ପକ୍ଷରୁ ଉପହାର, ସ୍କ୍ରାଚ୍କାର୍ଡ ମାଧ୍ୟମରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ ଡିସ୍କାଉଣ୍ଟ, ଲକି ଡ୍ର ଓ ସ୍ୱତନ୍ତ୍ର ଗିଫ୍ଟ ଭାଉଚର ଗ୍ରାହକମାନେ ପାଇପାରିବେ। ଏକ୍ସଚେଞ୍ଜ ଅଫର ମାଧ୍ୟମରେ ଗ୍ରାହକ ନିଜର ପୁରୁଣା ଉତ୍ପାଦ ବଦଳାଇ ନୂଆ ଉତ୍ପାଦ ନେଇପାରିବେ। ଏଥିରେ ୧୦ ହଜାର ଟଙ୍କାର ପର୍ଯ୍ୟନ୍ତ ଡିସ୍କାଉଣ୍ଟ ପାଇପାରିବେ। ଖୋର୍ଧା ଷ୍ଟୋର୍ରେ ମୋବାଇଲ ଫୋନ୍ର ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯାଇଛି। ଖୋର୍ଧା ପରେ ଶାରଳାକ୍ଷେତ୍ର ଜଗତ୍ସିଂହପୁରଠାରେ ଦ୍ୱାଦଶ ଷ୍ଟୋର ଖୋଲିବ ବୋଲି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଏମ୍ଡି ରାଜେଶ ଗୁପ୍ତା କୁହନ୍ତି।
ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ନୂଆ ମେଗା ସୋ’ରୁମ୍
/sambad/media/post_attachments/wp-content/uploads/2017/10/download-3-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)