ନୂଆ ସ୍ମାର୍ଟଫୋନ୍ ‘ଅନର୍‌ ୮ଏକ୍ସ’

ଭୁବନେଶ୍ବର: ଅନର୍‌ ପକ୍ଷରୁ ନୂଆ ସ୍ମାର୍ଟାଫୋନ୍ ଅନର୍‌ ୮ଏକ୍ସକୁ ଉନ୍ମୋଚନ କରାଯାଇଛି। ଏଥିରେ ଅକ୍ଟାକୋର୍‌ କିରିନ୍ ୭୧୦ ପ୍ରୋସେସର୍‌ ଓ ଶକ୍ତିଶାଳୀ ବ୍ୟାଟେରି ରହିଛି। ନୀଳ, କଳା ଓ ଲାଲ୍‌ ରଙ୍ଗରେ ଏହି ଫୋନ୍ ସ୍ବତନ୍ତ୍ର ଭାବେ ଆମାଜନ୍‌ରେ ଉପଲବ୍ଧ ହେବ। ଏହା ୪ ଜିବି, ୬ ଜିବି ରାମ୍‌ ଓ ୬୪ ଓ ୧୨୮ ଜିବି ରମ୍‌ର ବୈଶିଷ୍ଟ୍ୟ ଥିବା ତିନିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ଏହାର ପଛ ପାର୍ଶ୍ବରେ ୨୦+୨ ଏମ୍‌ପି ଏଆଇ କ୍ୟାମେରା ଲଗାଯାଇଥିବା ବେଳେ ସାମ୍ନାରେ ୧୬ ଏମ୍‌ପିର ସେଲ୍‌ଫି କ୍ୟାମେରା ରହିଛି। ଅକ୍ଟୋବର ୨୪ରୁ ଏହା ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୧୪,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ ଫୁଲ୍‌ ଭିଉ ଡିସ୍‌ପ୍ଲେ ଓ ୩୭୫୦ ଏମ୍ଏଏଚ୍‌ ବ୍ୟାଟେରି ରହିଛି।

ସମ୍ବନ୍ଧିତ ଖବର