ବଜାରକୁ ଆସିଲା ସୁଲଭ ମୂଲ୍ୟର ସ୍ମାର୍ଟଫୋନ ଟେକନୋ ପପ୍-୬

ଭୁବନେଶ୍ୱର: ଟ୍ରାଞ୍ଜିସନ ଇଣ୍ଡିଆର ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ମୋବାଇଲ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନ୍ ଟେକ୍ନୋ ପପ୍ ୬ ପ୍ରୋକୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ହେଉଛି  ମାତ୍ର ୬,୦୯୯ ଟଙ୍କା । ଭାରତ ହେଉଛି ଏକ ବଡ଼ ବଜାର ଯେଉଁଠାରେ ପ୍ରତି ତ୍ରୈମାସିକରେ ନିୟୁତାଧିକ ଲୋକ ସ୍ମାର୍ଟଫୋନ୍ କିଣୁଛନ୍ତି । ଟେକ୍ନୋ ପକ୍ଷରୁ ଏହାର ପପ୍ ସିରିଜ୍ ସ୍ମାର୍ଟଫୋନ୍ ଜରିଆରେ ଏଣ୍ଟ୍ରି ସ୍ତରର ଆବଶ୍ୟକତାକୁ ପୂରଣ କରୁଛି ଯେଉଁଥିରେ ରହୁଛି ଉକ୍ରୃଷ୍ଟ କ୍ୟାମେରା, ଭରସାଯୋଗ୍ୟ ବ୍ୟାଟେରି ଓ ବଡ଼ ଡିସପ୍ଲେ ।

ଟେକ୍ନୋ ପପ୍ ୬ ପ୍ରୋର ଦାମ୍ ହେଉଛି ୬,୦୯୯ ଟଙ୍କା । ଶୁକ୍ରବାରଠାରୁ ଏହା ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

ଟେକ୍ନୋ ପପ୍ ୬ ପ୍ରୋରେ ରହିଛି ୬.୫୬ ଇଂଚ୍ ଏଚ୍ଡି ପ୍ଲସ୍ ଡଟ୍ ନଚ୍ ଡିସପ୍ଲେ ଓ ତାହା ସହିତ ରହିଛି ଏକ ଶକ୍ତିଶାଳୀ ୫୦୦୦ ଏମ୍ଏଏଚ୍ର ବ୍ୟାଟେରି ଯାହା ୪୨ ଦିନ ପର୍ଯ୍ୟନ୍ତ ଫୋନ୍କୁ ଷ୍ଟାଣ୍ଡବାଏରେ ରଖିପାରିବ । ସ୍ମାର୍ଟଫୋନ୍ର ପଛ ପାଖରେ ରହିଛି ଷ୍ଟାଇଲିସ୍ ୮ ଏମ୍ପି କ୍ୟାମେରା ଏବଂ ସେଥିରେ ବିଭିନ୍ନ ପ୍ରକାର ଫଟୋଗ୍ରାଫି ପଦ୍ଧତି ଓ ଫିଲଟର ବ୍ୟବହାର କରାଯାଇଛି । ଏହାର ସାମ୍ନାରେ ରହିଛି ଏକ ୫ ଏମ୍ପି ଡଟ୍ ଯଚ୍ ସେଲ୍ଫି ସୁଟର ଯାହା ଜରିଆରେ ଲୋକମାନେ ଆଲୋକ ଅସୁବିଧା ଥିବା ସ୍ଥାନରେ ମଧ୍ୟ ସ୍ପଷ୍ଟ ସେଲ୍ଫି ଉଠାଇପାରିବେ ।

 

 

 

ସମ୍ବନ୍ଧିତ ଖବର