ନୂଆଦିଲ୍ଲୀ : ସନ୍ ଏୟାର ଭଏସ ଦ୍ୱାରା ପରିଚାଳିତ ଦେଶର ଅଗ୍ରଣୀ ମୋବାଇଲ୍ ଜିଓକ୍ସ୍ ପକ୍ଷରୁ ନୂଆ ସ୍ମାର୍ଟଫୋନ୍ ଆଷ୍ଟ୍ରା ଷ୍ଟାର୍ର ବଜାର ପ୍ରବେଶ କରାଯାଇଛି । ଏହାର ମୂଲ୍ୟ ୫୮୯୯ ଟଙ୍କା ରହିଛି । ଏହି ନୂଆ ମୋବାଇଲ୍ରେ ୫ ଇଞ୍ଚ ଏଫଡବ୍ଲ୍ୟୁଭିଜିଏ ଡିସପ୍ଲେ, ୨.୫ ଡି କର୍ଭଡ୍ ଗ୍ଲାସ୍, ଡୁଆଲ ମାଇକ୍ରୋ ସିମ୍, ୨୩୫୦ ଏମ୍ଏଏଚ୍ ଲିଥିୟମ୍ ଆୟନ ବ୍ୟାଟେରୀ, ୧ଜିବି ର୍ୟାମ୍, ୧.୩ ଜିଏଚ୍ଜେଡ୍ କ୍ୱାଡା କୋର୍ ପ୍ରୋସେସର୍, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍, ୭.୦ ନାଓଗଟ୍, ୧୬ ଜିବି ର୍ୟାମ୍, ୩୨ ଜିବି ମେମୋରୀ, ୱାଇ-ଫାଇ କନେକ୍ଟିଭିଟି ସୁବିଧା ରହିଛି। ଏହା ୨୧ଟି ଭାରତୀୟ ଆଞ୍ଚଳିକ ଭାଷାକୁ ସମର୍ଥିତ କରିଥାଏ ।
/sambad/media/post_attachments/wp-content/uploads/2018/02/Astra-Star-4G-Front-300x300.png)
ଏଥିରେ ୫ଏମ୍ପି ପଛ କ୍ୟାମେରା, ୨ ଏମ୍ପି ସମ୍ମୁଖ କ୍ୟାମେରା ରହିଛି । ସମ୍ମୁଖ ଓ ପଛ ଫ୍ଲାଶ୍ ସୁବିଧା ରହିଛି। ଏହି ଅବସରରେ ଜିଓକ୍ସ୍ ମୋବାଇଲ୍ର ସିଇଓ ଦିପକ କାବୁ କହିଲେ, ‘ଜିଓକ୍ସ୍ ମୋବାଇଲ୍ ନୂତନ ଜ୍ଞାନକୌଶଳ ସହାୟତାରେ ଆଷ୍ଟ୍ରା ଷ୍ଟାର୍ ସ୍ମାର୍ଟଫୋନ୍ ନିର୍ମାଣ କରିଛି । ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ। ଏହା ୪ଜି ଭୋଲ୍ଟି ଜ୍ଞାନକୌଶଳରେ ନିର୍ମିତ ହୋଇଥିବାରୁ ସହଜରେ ୪ଜି ନେଟ୍ୱାର୍କ ସହିତ କନେକ୍ଟ ହୋଇପାରିବ। ଏହା ଦ୍ୱାରା ଗ୍ରାହକ ହାଇ ସ୍ପିଡ୍ ବ୍ରାଉଜିଂ, ଡାଉନ୍ ଲୋଡିଂ, ଷ୍ଟ୍ରିମିଂର ଆନନ୍ଦ ନେଇ ପାରିବେ। ଏହି ଫୋନ ଦେଶବ୍ୟାପି ଅଗ୍ରଣୀ ରିଟେଲ ଷ୍ଟୋରରେ ଉପଲବ୍ଧ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Astra-Star-4G-Side.jpg)