ମହିଳାଙ୍କ ପାଇଁ ନୂଆ ‌ସୋସିଆଲ୍ ନେଟ୍‌ୱର୍କିଂ ସାଇଟ୍‌ ‘ହର ସର୍କଲ୍‌’

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ମୁକେଶ ଅମ୍ବାନି ଆଜି ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପୋର୍ଟାଲ୍‌ ‘ହର ସର୍କଲ୍‌’କୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଇଂରାଜି ଭାଷାରେ ଉପଲବ୍ଧ ହୋଇଥିବା ବେଳେ ଆଗାମୀ ଦିନରେ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଏହାକୁ ଉଭୟ ଡେସ୍କଟପ୍ ଓ ମୋବାଇଲ୍‌ରେ ଖୋଲାଯାଇପାରିବ। ‌ମହିଳାମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ ଓ ମାଇଁ ଜିଓ ଆପ୍‌ୁର ବିନା ମୂଲ୍ୟରେ ଏହାର ଆପ୍‌କୁ ଡାଉନ୍‌ଲୋଡ୍ କରିପାରିବେ। ହର୍‌ ସର୍କଲ୍‌କୁ ପ୍ରଥମେ ଭାରତୀୟ ମହିଳାଙ୍କ ବ୍ୟବହାର ପାଇଁ ଉପଲବ୍ଧ କରାଯାଇଛି। କିନ୍ତୁ ବିଶ୍ବ ସ୍ତରର ଅନ୍ୟ ମହିଳାମାନେ ମଧ୍ୟ ଚାହିଲେ ଏଥିରେ ଯୋଡ଼ିହୋଇପାରିବେ। ହର୍‌ ସର୍କଲ୍‌ରେ ବନ୍ଧୁ ସୃଷ୍ଟି କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ମିଳିବ। ଏଥିରେ ଭିଡିଓ ମଧ୍ୟ ଦେଖିହେବ।

ସମ୍ବନ୍ଧିତ ଖବର