ସୂର୍ଯ୍ୟ ନୂତନ: ଏହି ଚୁଲାକୁ ୧୨ ହଜାର ଟଙ୍କାରେ ଘରକୁ ଆଣନ୍ତୁ, ସିଲିଣ୍ଡର କିଣିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଦେଶରେ ଏବେ ଗ୍ୟାସ୍‌ ସିଲିଣ୍ଡରର ଦର ‌ଯେପରି ବୃଦ୍ଧି ହେବାରେ ଲାଗିଛି, ସବୁ ରୋଷେଇ ଘରେ ଏହା ଏକ ଚିନ୍ତାର କରାଣ ପାଲଟିଛି । ସରକାରଙ୍କ ତେଲ କମ୍ପାନି (ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍) ଏପରି ଏକ ଚୁଲା ତିଆରି କରିଛି ଯାହାକୁ ଜାଳିବା ପାଇଁ ସିଲିଣ୍ଡରର ଆବଶ୍ୟକ ପଡିବ ନାହିଁ । କାରଣ ଏହି ଚୁଲା ସୋଲାର ଦ୍ବାର ଚାଳିତ । ସବୁଠୁ ବଡ କଥା ହେଲା ଏହି ଚୁଲାକୁ ଜାଳିବା ପାଇଁ ଏହାକୁ ସୂର୍ଯ୍ୟ ଆଲୋକ ଆଗରେ ରଖିବା ଦରକାର ନାହିଁ । ଆପଣ ନିଜ ସୁବିଧା ଅନୁଯାୟୀ ଚୁଲାକୁ ରୋଷେଇ ଘରେ କିମ୍ବା ଯେ କୌଣସି ସ୍ଥାନରେ ବ୍ୟବହାର କରିପାରିବେ । ଇଣ୍ଡିଆନ୍ ଅଏଲ୍ ଏହି ପୋ ର୍ଟେବୁଲ ଚୁଲାକୁ ସୂର୍ଯ୍ୟ ନୂତନ୍‌ ନାମରେ ନାମିତ କରିଛି ।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଇଣ୍ଡିଆନ୍ ଅଏଲ୍‌ର ଏହି ଉଦ୍ଭାବନକୁ କେନ୍ଦ୍ର ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି। ହରଦୀପ ସିଂ ପୁରୀ ଏହି ଚୁଲିରେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ହରଦୀପ ସିଂ ପୁରୀଙ୍କ ବାସଭବନରେ ଏହି ଚୁଲା ପ୍ରଦର୍ଶିତ ହୋଇଥିଲା । ଇଣ୍ଡିଆନ୍ ଅଏଲ୍ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଆହ୍ବାନ ଦ୍ୱାରା “ସୂର୍ଯ୍ୟ ନୂତନ” ଅନୁପ୍ରାଣିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫, ୨୦୧୭ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସମ୍ବୋଧିତ କରି ରୋଷେଇ ଘର ପାଇଁ ଏହିପରି ଏକ ସମାଧାନ ବିକାଶ କରିବା ପାଇଁ ଆହ୍ବାନ ଦେଇଥିଲେ । ଯାହା ଦ୍ବାରା ପାରମ୍ପରିକ ଚୁଲାଗୁଡ଼ିକୁ ବଦଳା ଦିଆଯାଇପାରିବ । ପ୍ରଧାନମନ୍ତ୍ରୀଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ ସୋଲାର କୁକ୍ ଟପ୍ “ସୂର୍ଯ୍ୟ ନୂତନ” ବିକଶିତ ହୋଇଛି ବୋଲି ଇଣ୍ଡିଆନ୍ ଅଏଲ୍ କହିଛି ।

ଏହି ଚୁଲାର ମୂଳ ମଡେଲର ମୂଲ୍ୟ ପ୍ରାୟ ୧୨,୦୦୦ ଟଙ୍କା ଏବଂ ଟପ୍ ମଡେଲର ମୂଲ୍ୟ ପ୍ରାୟ ୨୩,୦୦୦ ଟଙ୍କା ରହିଛି । ତେବେ ଆଗାମୀ ଦିନରେ ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଇଣ୍ଡିଆନ୍ ଅଏଲ୍ କହିଛି।

ସମ୍ବନ୍ଧିତ ଖବର