ଭୁବନେଶ୍ବରରେ ଆଇଡେଷ୍ଟିନିର ନୂଆ ଷ୍ଟୋର

ଭୁବନେଶ୍ୱର:ଆଇଡେଷ୍ଟିନି ପକ୍ଷରୁ ୨୦୨୨ ଏପ୍ରିଲ୍ ୮ରେ ଜନପଥ, ସହିଦନଗରରେ ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଷ୍ଟୋର ଖୋଲାଯାଇଛି ଯାହା ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଆପଲ୍ ଗ୍ରାହକଙ୍କ ପାଇଁ ଏକ ନୂତନ ଆକର୍ଷଣୀୟ ସ୍ଥାନ ସୃଷ୍ଟି କରିଛି । ଏହି ଷ୍ଟୋର୍ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ତଥା ମଡେଲ୍ ମିସ୍ ଏଲିନା ସାମନ୍ତରାୟଙ୍କ ଦ୍ୱାରା ଉଦଘାଟିତ ହୋଇଛି ।

ଆପଲର ସ୍ୱୀକୃତିପ୍ରାପ୍ତ ରିସେଲର ଆଇଡେଷ୍ଟିନିର ନିର୍ଦେଶକ ବିଜୟ ଡୁଗର କହିଛନ୍ତି ଯେ, “ଡେଷ୍ଟିନି ପାଇଁ ଭୁବନେଶ୍ୱରରେ ଏହା ଆମର ଦ୍ୱିତୀୟ ବିକ୍ରି ସ୍ଥଳ । ଆମେ ଗ୍ରାହକ ଅନୁଭୂତି ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ଉପଲବ୍ଧତା, ସେବା ପ୍ରଦାନ, ଭରସାଯୋଗ୍ୟତା, ସୁଲଭତା ଓ ପୁରୁଣା ଡିଭାଇସର ଏକ୍ସଚେଂଜ୍ ଦ୍ୱାରା ପରିଚାଳିତ ହେବ । ଉଲ୍ଲେଖନୀୟ ସେବା ଏବଂ ବର୍ଷତମାତ ଆକର୍ଷଣୀୟ ସ୍ଥଳ ଖୋଲା ରହୁଥିବା, ଆମେ ଭାବୁଛୁ ଯେ ଭୁବନେଶ୍ୱର ନାଗରିକ ଓ ଆଖପାଖ ସହରର ଲୋକମାନଙ୍କ ପାଇଁ ଆଇଡେଷ୍ଟିନି ପସନ୍ଦର ସ୍ଥଳରେ ପରିଣତ ହେବ ।’’

ସମ୍ବନ୍ଧିତ ଖବର