ନୂଆଦିଲ୍ଲୀ: ଦେଶରେ ୪୫ ବର୍ଷ ମଧ୍ୟରେ ବେକାରି ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିବା ନେଇ ଗତ କିଛିଦିନ ତଳେ ଏକ ଲିକ୍ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। ସରକାରଙ୍କ ପକ୍ଷରୁ ସଫେଇ ଦେବାକୁ ଯାଇ ନିତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର ଏହି ରିପୋର୍ଟ ଚୂଡ଼ାନ୍ତ ନୁହେଁ ବୋଲି ଦର୍ଶାଇଥିଲେ। ସେ କହିଥିଲେ, ବେକାରି ସମ୍ପର୍କିତ ତଥ୍ୟର ପ୍ରସ୍ତୁତି ଏବେ ବି ଚାଲିଛି। ଏହା ଚୂଡ଼ାନ୍ତ ହୋଇନାହିଁ। ଏହାର ପ୍ରସ୍ତୁତି ଚାଲିଥିବାରୁ ସରକାର ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିନାହାନ୍ତି। ରିପୋର୍ଟ ଚୂଡ଼ାନ୍ତ ହେଲେ ତାହାକୁ ପ୍ରକାଶ କରାଯିବ ବୋଲି ଶ୍ରୀ କୁମାର କହିଥିଲେ। କିନ୍ତୁ ଏହାର ଦିନକ ପରେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ଆଜି ନୂଆ କଥା କହିଛନ୍ତି। ସେ କହିଛନ୍ତି ନିଯୁକ୍ତି ସମ୍ପର୍କରେ ନୂଆ ଜାତୀୟ ନମୁନା ସର୍ଭେ କରାଯିବ। ଏ ନେଇ ଖୁବଶୀଘ୍ର ଘୋଷଣା କରାଯିବ। ସେହି ସେର୍ଭରେ ନିଯୁକ୍ତି ବହୁସଂଖ୍ୟାରେ ବୃଦ୍ଧି ପାଇଥିବା ବିଷୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫେସବୁକ୍ ପେଜ୍ରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓ କ୍ଲିପରେ ଶ୍ରୀ ଦେବରୟ ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଚାକିରି, ନିଯୁକ୍ତି ଏବଂ ଅନୁକୂଳ ବ୍ୟବସାୟିକ ପରିବେଶ ସୃଷ୍ଟି ଆଦିରେ ଏକ ପ୍ରମୁଖ ଭୂମିକା ରାଜ୍ୟ ସରକାର ମାନଙ୍କର ରହିଛି। ଏହି ଭିଡିଓ ଦୁଇ ସପ୍ତାହ ପୂର୍ବରୁ ସୁଟିଂ ହୋଇଥିଲା ବୋଲି ଶ୍ରୀ ଦେବରୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି। ଭିଡିଓରେ ଦେବରାୟ ଏହା ମଧ୍ୟ କହିଛନ୍ତି, ୨୦୧୧-୧୨ ବର୍ଷ ପରେ ଭାରତ ନିକଟରେ ନିଯୁକ୍ତି ସୃଷ୍ଟି ସଂକ୍ରାନ୍ତରେ ସେଭଳି କୌଣସି ବଳିଷ୍ଠ ପରିସଂଖ୍ୟାନ ନାହିଁ। ଭାରତରେ ଏବେ ବି ଅଧିକ ସଂଖ୍ୟାରେ ଶ୍ରମିକ ଅସଗଂଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତେଣୁ ନିଯୁକ୍ତି ନେଇ କି ଅଗ୍ରଗତି ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବା କଷ୍ଟକର। ବାସ୍ତବରେ କେତେ ଲୋକ ନିଯୁକ୍ତି ପାଇଛନ୍ତି ତାହା ପ୍ରସଙ୍ଗ ନୁହେଁ। ବରଂ ନିଯୁକ୍ତିର ମାନ ଏବଂ କର୍ମଚାରୀଙ୍କ ବେତନ କେତେ ରହିଛି ତାହା ହିଁ ପ୍ରକୃତ ପ୍ରସଙ୍ଗ। ତେବେ ସେ ଏ ବିଷୟକୁ ମଧ୍ୟ ସ୍ବୀକାର କରିଛନ୍ତି ଯେ, ସରକାର କେବଳ ସୀମିତ ସଂଖ୍ୟାରେ ଚାକିରି ଯୋଗାଇ ପାରିବେ। ସରକାରୀ କ୍ଷେତ୍ର ବାହାରେ ଅନେକ ନିଯୁକ୍ତି ସୃଷ୍ଟି କରିବାକୁ ହେବ । ତେଣୁ ଦେଶରେ ମୋଦୀ ସରକାର ବସ୍ତୁତଃ ଆତ୍ମ ନିଯୁକ୍ତି ଏବଂ ଔଦ୍ୟୋଗିକତାକୁ ଗୁରୁତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆ ସମ୍ପର୍କରେ କହୁଛନ୍ତି ସେତେବେଳେ ସେ ଏହି ଅର୍ଥରେ କହୁଛନ୍ତି ବୋଲି ଶ୍ରୀ ଦେବରୟ ମତ ଦେଇଛନ୍ତି।
ରିପୋର୍ଟ ଲିକ୍ ହୋଇଗଲା ବୋଲି ରୋଜଗାରର ନୂଆ ସର୍ଭେ କରିବେ
/sambad/media/post_attachments/wp-content/uploads/2019/02/bibekdebroy2-kYCB-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)