ବଜାରରେ ନୂଆ ଟାଇଡ୍‌ ପ୍ଲସ୍‌ ଏକ୍ସଟ୍ରା ପାଓ୍ଵାର

ମୁମ୍ବାଇ: ପିଆଣ୍ଡଜି ପକ୍ଷରୁ ଟାଇଡ୍‌ ପ୍ଲସ୍‌ ଏକ୍ସଟ୍ରା ପାଓ୍ଵାରକୁ ଉନ୍ମୋଚନ କରାଯାଇଛି। ଏହି ଡିଟରଜେଣ୍ଟ୍‌ କପଡ଼ାକୁ ଭଲ ଭାବେ ସଫା କରିବାରେ ସହାୟକ ହେବ। ନୂଆ ଟାଇଡ୍‌ ପ୍ଲସ୍‌ ଏକ୍ସଟ୍ରା ପାଓ୍ଵାରକୁ ପ୍ରଚାର ପ୍ରସାର କରିବା ପାଇଁ କଂପାନି ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ତିନି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ, ଅନୀତା ହସନନ୍ଦାନି ଓ ସାଇ ତମ୍‌ହାଙ୍କର୍‌ ବିଭିନ୍ନ ବିଗ୍‌ ବଜାର, ରିଲାଏନ୍ସ ସ୍ମାର୍ଟ ଓ ଷ୍ଟାର୍‌ ବଜାର ଷ୍ଟୋର୍‌ରେ ଏହି ନୂଆ ଉତ୍ପାଦର ପ୍ରଚାର କରୁଛନ୍ତି। କଂପାନି ପକ୍ଷରୁ ଏଥିପାଇଁ ‘ଟାଇଡ୍‌ଗିଭସ୍‌ଏକ୍ସଟ୍ରା’ ଅଭିଯାନ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ କଂପାନିର ମାର୍କେଟିଂ ନିର୍ଦେଶକ ସୋନାଲି ଧାଓ୍ଵନ କହିଛନ୍ତି ଯେ ଆମର ଏହି ଅଭିଯାନ ଗ୍ରାହକମାନଙ୍କ ମନକୁ ଛୁଇଁବ।

ସମ୍ବନ୍ଧିତ ଖବର